Thursday, April 2, 2026
40.1 C
Odisha

    ଆଜି ଅନ୍ତର୍ଜାତୀୟ ଯୁବ ଦିବସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଯୁବଶକ୍ତିର ବିକାଶ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଯୁବକମାନଙ୍କ ସମସ୍ୟା ଓ ସେମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୧୯୯୯ରେ ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୁବ ଦିବସ ପ୍ରସ୍ତାବ ସ୍ବୀକାର କରିଥିଲା। ୧୨ ଅଗଷ୍ଟ ୨୦୦୦ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଭାରତରେ ବିଶ୍ୱର ସବୁଠୁ ବଡ ଯୁବଶକ୍ତି ଅର୍ଥାତ ୩୫ ବର୍ଷ ବୟସରୁ କମ୍‌ ୬୫ କୋଟି ଯୁବକ ରହିଛନ୍ତି। ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶି ସମୟ ଲାଗିବନି। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର,ଶିକ୍ଷା, ସଶକ୍ତିକରଣ ଲୋଡା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲେ ଦେଶ ସ୍ବାବଲମ୍ବୀ ହେବ। ସେମାନଙ୍କଠାରେ ଥିବା ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦିଏ। ୨୦୩୦ ସୁଦ୍ଧା ଯୁବଶକ୍ତି ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିଲେ ବିଶ୍ୱର ସାମଗ୍ରିକ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ