ବ୍ରହ୍ମପୁର : ଓଲଟିଲା ମକା ବୋଝେଇ ଟ୍ରକ୍ । ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛି ବସ୍ତା ବସ୍ତା ମକା । ଗଞ୍ଜାମ ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ବଡଘାଟିରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକଟି ରାସ୍ତାକଡ଼ରେ ଓଲଟିପଡିଛି । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଗାଡ଼ିଟି ବ୍ରହ୍ମପୁରରୁ ଜଗତପୁର ଯାଉଥିଲା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଖଲ୍ଲିକୋଟ ଥାନା ପୋଲିସ ।
