Thursday, November 26, 2026
19.4 C
Odisha

    ତେଲ ଟାଙ୍କି ଫାଟି ଭୟଙ୍କର ଅଗ୍ନିକାଣ୍ଡ, ୩୧ ମୃତ

    ଆଗକୁ ପଢନ୍ତୁ

    କାଇରୋ : ମିଶରର ରାଜଧାନୀ କାଇରୋର ରିଙ୍ଗ ରୋଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଲାଗିଥିବା ନିଆଁ ଦ୍ରୁତ ଗତିରେ ବ୍ୟାପିବା ସହିତ ନିକଟରେ ଥିବା ଡଜନ ଡଜନ ଯାନବାହନକୁ ଗ୍ରାସ କରିଥିଲା।

    ସୂଚନାନୁଯାୟୀ, ଦୁର୍ଘଟଣା ଘଟିଥିବା ରାଜପଥର ଯେଉଁ ଅଂଶଟି ଗିଜାର ୱାରାକ ଅଞ୍ଚଳରେ ଅବସ୍ଥିତ। ଏହି ଅଞ୍ଚଳଟି ଘନ ଜନବସତି ବିଶିଷ୍ଟ ଏବଂ ଗ୍ରେଟର କାଇରୋ ଅଞ୍ଚଳର ଏକ ଅଂଶ । ଦ୍ରୁତ ଗତିରେ ଯାଉଥିବା ତେଲ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ରାଜପଥରେ ଓଲଟି ପଡ଼ିଥିଲା, ଯାହା ଦ୍ୱାରା ବିସ୍ଫୋରଣ ହୋଇ ନିଆଁ ଲାଗିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ଏବେ ନିଆଁକୁ ନିୟନ୍ତ୍ରଣ କରିଛି ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆହତମାନଙ୍କୁ ଜାଏଦ ସ୍ପେଶାଲାଇଜଡ୍ ଇମ୍ବାବା ଜେନେରାଲ୍ ଏବଂ ୱାରାକ୍ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଅଣତ୍ରିଶଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ।

    ଅନ୍ୟପଟେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ-ଫତାହ ଏଲ୍-ସିସି ପୀଡିତଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସରକାରୀ ଓକିଲଙ୍କ କାର୍ଯ୍ୟାଳୟ କହିଛି ଯେ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ତଦନ୍ତ ଚାଲିଛି । ଇଜିପ୍ଟର ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ ଅବଦେଲ ଘଫାର କହିଛନ୍ତି ଯେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ମୃତ୍ୟୁ ସଂଖ୍ୟା ପ୍ରାଥମିକ ଏବଂ ଆହୁରି ବୃଦ୍ଧି ପାଇପାରେ ବୋଲି ସେ ମଧ୍ୟ କହିଛନ୍ତି । ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନ୍ ଏ ପରୀକ୍ଷା କରାଯାଉଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    76 %
    0.4kmh
    8 %
    Thu
    26 °
    Fri
    25 °
    Sat
    25 °
    Sun
    24 °
    Mon
    24 °

    ସମ୍ବନ୍ଧିତ