Saturday, February 21, 2026
22.1 C
Odisha

    ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ମଣ୍ଡପରେ ମା’ ଦୁର୍ଗା ଓ ହରପାର୍ବତୀଙ୍କ ଦର୍ଶନ କରିବେ ମୋହନ । ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟ ସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।

    ସେହିପରି ଆଜି ପୂଜା ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଭିନ୍ନ ଶକ୍ତିପୀଠ ସହ ପୂଜା ମଣ୍ଡପ ବୁଲିଛନ୍ତି । ମାଆଙ୍କ ଦଶ;ନ କରିବା ସହ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଗତକାଲି ଆରଡି, ଓଲଗ, ଚାନ୍ଦବାଲି,ମତୋ ଓ ଖେରଙ୍ଗ ଯାଇ ଦଳୀୟ କର୍ମୀଙ୍କ ସହ ପୂଜାର୍ଚ୍ଚନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ