Monday, September 29, 2025
24.7 C
Odisha

    ଆଜି ପବିତ୍ର ସ୍ନାନ ପୁର୍ଣିମାରେ ସ୍ନାନବେଦୀରେ ଶ୍ରୀଜିଉ

    ଆଗକୁ ପଢନ୍ତୁ

    ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ ପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହୋଇଛି ବଡଦାଣ୍ଡ । ମହାପ୍ରଭୁଙ୍କୁ ହାତୀ ବେଶରେ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଜମିଲାଣି । ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀ ବିଜେ କରି ସାରିଛନ୍ତି ବଡଭାଈ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ଚକ୍ରରାଜ ସୁଦର୍ଶନ ବିଜେ କରିଛନ୍ତି । ପରେ ପରେ ଆସିଛନ୍ତି ଭଉଣୀ ସୁଭଦ୍ରା ଓ ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ପ୍ରାଣମୟ ଠାକୁରଙ୍କୁ ସ୍ନାନବେଦୀରେ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଗହଳି ପରିଲିଖିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    92 %
    1.3kmh
    11 %
    Mon
    25 °
    Tue
    30 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ