Sunday, October 19, 2025
22.9 C
Odisha

    ଆଜି ପହିଲି ରଜ, ଘରେ ଘରେ ପିଠାପଣାର ମହକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ । ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇଛନ୍ତି ।

    ପିଠା ଓ ରଜ ପାନ ଖାଇ ଗାଁ ବୁଲିବା ସହ ଦୋଳି ଖେଳିବାରେ ଲାଗିଛନ୍ତି । ଘରେ ଘରେ ପିଠାପଣାର ମହକ । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.9 ° C
    22.9 °
    22.9 °
    95 %
    1.3kmh
    100 %
    Sun
    23 °
    Mon
    28 °
    Tue
    29 °
    Wed
    30 °
    Thu
    29 °

    ସମ୍ବନ୍ଧିତ