Wednesday, April 15, 2026
34.3 C
Odisha

    ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, କଂଗ୍ରେସ ଅନାସ୍ଥା ଉପରେ ଚିତ୍ର ହେବ ସ୍ପଷ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ବିଧାନସଭାର ଦ୍ବିତୀୟ ଦିନ । ଆଜି କମ୍ପିବ ଗୃହ । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ଗୃହ । ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ଅନାସ୍ଥା ନୋଟିସ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।

    ବିଧାନସଭା ପରିସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଜେଡିର ସମର୍ଥନ ଲୋଡିଛନ୍ତି । ଯାହା ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡୁଆରେ ପକାଇଛି । ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ବିଧାନସଭାରେ କାଟ୍ ଖାଇବା ସୁନିଶ୍ଚିତ । ଏଭଳି ସ୍ଥିତିରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିଜେଡିର କଣ ରହିବ ଆଭିମୁଖ୍ୟ ।

    ଆଜି କିଛ ବେସରକାରୀ ବିଲ ମଧ୍ୟ ଗୃହରେ ଉପସ୍ଥାପନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏପଟେ ଆଜି ପ୍ରଶ୍ନ କାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି । କାରଣ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଦେଇଥିବା ବେଳେ ବିଜେଡ଼ି ଆଜି ଗୃହରେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ