Tuesday, March 24, 2026
35.6 C
Odisha

    ଆଜି ଭାରତ-ଓମାନ୍ ମୁକାବିଲା

    ଆଗକୁ ପଢନ୍ତୁ

    ଆବୁଧାବି  : ଏସିଆ କପ୍‌ରେ ଆଜି ଭାରତୀୟ ଦଳ ଓମାନ୍ ବିପକ୍ଷରେ ୩ୟ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଭାରତ ଗ୍ରୁପ୍ ‘ଏ’ ଶୀର୍ଷରେ ରହି ସୁପର-୪ରେ ପହଞ୍ଚି ସାରିଥିବା ବେଳେ ଓମାନ୍ ଉଭୟ ମ୍ୟାଚ୍‌ ହାରି ବାଦ୍‌ପଡ଼ିଛି। ରବିବାର ପାକିସ୍ତାନ ବିପକ୍ଷରେ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବା ପର୍ବରୁ ଓମାନ ବିପକ୍ଷ ମ୍ୟାଚ୍‌କୁ ଅଭ୍ୟାସ ମ୍ୟାଚ୍‌ ଭାବି ଭାରତ ଖେଳିବ। ବୋଲରଙ୍କୁ ପଡ଼ିଆରେ ଅଧିକ ସମୟ ଦେବା ଏବଂ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନଙ୍କୁ ଅଧିକ ସମୟ ବ୍ୟାଟିଂ କରାଇବା ଭାରତୀୟ ଦଳର ଲକ୍ଷ୍ୟ ରହିବ। ଭାରତର ୪ ଜଣ ଆଦୌ ମ୍ୟାଚ୍‌ ଖେଳିନାହାନ୍ତି ଏବଂ ଉଭୟ ମ୍ୟାଚ୍‌ ଖେଳିଥିବା ଭାରତର ୩ ଜଣ ବ୍ୟାଟର ଗୋଟିଏ ବଲ୍‌ର ସମ୍ମୁଖୀନ ମଧ୍ୟ ହୋଇନାହାନ୍ତି। ଏସିଆ କପ୍‌ରେ ପରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଓମାନ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ। ତେଣୁ ଆଇସିସିର ଏକ ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ବିପକ୍ଷରେ ଖେଳି ଭଲ ପ୍ରଦର୍ଶନ କରିବାକୁ ଓମାନ୍ ଲକ୍ଷ୍ୟ ରଖିଛି।

    ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତ ଏକମାତ୍ର ପ୍ରମୁଖ ପେସ୍‌ ବୋଲର ଭାବେ ଯଶପ୍ରୀତ ବୁମ୍‌ରାଙ୍କୁ ଖେଳାଇଛି। ହେଲେ ଆବୁଧାବିରେ ପେସ୍‌ ବୋଲରଙ୍କୁ ଅଧିକ ସହାୟତା ମିଳିବ। ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବୁମ୍‌ରାଙ୍କୁ ବିଶ୍ରାମ ଦେଇ ଭାରତ ଦୁଇ ପେସ୍‌ ବୋଲର ହର୍ଷିତ ରାଣା ଓ ଅର୍ଶଦୀପ ସିଂହଙ୍କୁ ଖେଳାଇପାରେ। ଫଳରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣେ ଖେଳିବେ। ପୁଣି ଭାରତ ରିଙ୍କୁ ସିଂହ ଓ ଜିତେଶ ଶର୍ମାଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ଯଦି ସଞ୍ଜୁ ସାମ୍‌ସନ ଖେଳନ୍ତି; ତେବେ ତାଙ୍କୁ ଓପ୍‌ନର କିମ୍ବା ୩ନଂ ସ୍ଥାନରେ ବ୍ୟାଟିଂ ମିଳିପାରେ। ଓମାନ୍‌ର ବାମହାତି ସ୍ପିନର ସକିଲ୍‌ ଅହମ୍ମଦ ୨ଟିଯାକ ମ୍ୟାଚ୍‌ରେ ବୋଲିଂ ଓପନ୍‌ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି। ହେଲେ ବିସ୍ଫୋରକ ବାମହାତି ଓପ୍‌ନର ଅଭିଷେକ ଶର୍ମାଙ୍କ ସମ୍ମୁଖରେ ସକିଲ୍‌ଙ୍କୁ ନୂଆ ବଲ୍‌ ମିଳୁଛି କି ନାହିଁ; ତାହା ଦେଖିବାର କଥା। ଯେକୌଣସି ଫର୍ମାଟ​‌ରେ ଓମାନ୍ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତ ପାଇଁ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସର୍ବାଧିକ ୯୯ଟି ୱିକେଟ୍‌ ନେଇଥିବା ଅର୍ଶଦୀପ ସିଂହ ଏହି ମ୍ୟାଚ୍‌ରେ ୧୦୦ ୱିକେଟ୍‌ ପୂରଣ କରିବାକୁ ଚାହିଁବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ