Wednesday, September 24, 2025
24.3 C
Odisha

    ଆଜି ଭାରତ-ବାଂଲାଦେଶ ଟକ୍କର

    ଆଗକୁ ପଢନ୍ତୁ

    ଦୁବାଇ : ଆଜି ଏସିଆ କପରେ ଭାରତ-ବାଂଲାଦେଶ ଟକ୍କର । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବାଂଲାଦେଶକୁ ଭେଟିବ ଭାରତ । ଉଭୟ ଟିମ୍ ସୁପର-୪ ରାଉଣ୍ଡରେ ପ୍ରଥମ ମ୍ୟାଚ ଜିତିଛନ୍ତି । ତେଣୁ ଆଜି ଯିଏ ଜିତିବ ଫାଇନାଲକୁ ଯିବା ପ୍ରାୟ ନିଶ୍ଚିତ । ତେଣୁ ଆଜିର ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ ।

    ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତ ଅପରାଜିତ ଥିବାବେଳେ ବାଂଲାଦେଶ କେବଳ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାଠୁ ହାରିଥିଲା । ତେଣୁ ଆଜିର ମ୍ୟାଚକୁ ନେଇ ଉଭୟ ଦଳର ମନୋବଳ ଦୃଢ ରହିଛି । ବାଂଲାଦେଶ ବିପକ୍ଷରେ ଭାରତ ୧୭ଟି ଟି-20 ଖେଳିଛି ଓ ଏଥିରୁ ୧୬ଟି ମ୍ୟାଚ ଜିତିଛି । ୨୦୧୯ରେ ବାଂଲଦେଶ ଏକମାତ୍ର ବିଜୟ ହାସଲ କରିଥିଲା । ତେଣୁ ଭାରତକୁ ହରାଇବା ବାଂଲାଦେଶ ପାଇଁ ସହଜ ହେବ ନାହିଁ । ଏଥିରେ ବାଂଲାଦେଶ ମାତ୍ର ଥରେ ବିଜୟୀ ହୋଇଛି । ରେକର୍ଡ ଦୃଷ୍ଟିକୋଣରୁ ବାଂଲାଦେଶ ବିପକ୍ଷରେ ସବୁବେଳେ ଭାରତର ପଲ୍ଲା ଭାରି ରହିଛି । ଏବେ ପୁରା ଫର୍ମରେ ଅଛନ୍ତି ଓପନର୍ ଅଭିଷେକ ଶର୍ମା । ଆଜି ଅଭିଷେକ ଓ ଶୁବମନଙ୍କୁ ବ୍ୟାଟରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    89 %
    1.8kmh
    100 %
    Wed
    24 °
    Thu
    28 °
    Fri
    29 °
    Sat
    27 °
    Sun
    26 °

    ସମ୍ବନ୍ଧିତ