Friday, June 20, 2025
28.4 C
Odisha

    ଆଜି ଭୁବନେଶ୍ୱରରେ ହାପ୍‌ ଡେ’ ଅଫିସ୍, ମୋଦିଙ୍କ ଗସ୍ତ ନେଇ ଏପରି ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ଓଡ଼ିଶାକୁ ମୋଦି ଭେଟିଦେବେ ୧୯ ହଜାର କୋଟିର ପ୍ରକଳ୍ପ । ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ । ଏ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ରାଜ୍ୟ ସ୍ତରୀୟ ସମାବେଶ ହେବାକୁ ଥିବାରୁ ବିପୁଳ ଜନ ସମାଗମ ହେବାର ସମ୍ଭାବନା ଅଛି। ପ୍ରାୟ ୨ ଲକ୍ଷ ଲୋକ ଏଥିରେ ଯୋଗ ଦେବାର ଆଶା କରାଯାଉଛି ।

    ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଟ୍ରାଫିକ୍ ସମସ୍ୟା ଉପୁଜିବା ଆଶଙ୍କା କରି ଭୁବନେଶ୍ବରରେ ଆଜି ହାଫ୍ ଡେ’ ଡ୍ୟୁଟି ଘୋଷଣା କରାଯାଇଛି । ଆଜି ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ ମଧ୍ୟ ଛୁଟି ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

    ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ମୋଦିଙ୍କ ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଛାଉଣୀରେ ପରିଣତ ହୋଇଛି ଜନତା ମୈଦାନ । ତ୍ରିରଙ୍ଗା ଯାତ୍ରା ଓ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୩୩ ପ୍ଲାଟୁନ ଫୋର୍ସ । କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ୫୦୦ରୁ ଅଧିକ ଅଫିସର ମୁତୟନ ଅଛନ୍ତି । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରୁଫ ଟପ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ରହିବେ । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ପରିଚାଳନା, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    70 %
    2.7kmh
    97 %
    Fri
    28 °
    Sat
    33 °
    Sun
    33 °
    Mon
    33 °
    Tue
    32 °

    ସମ୍ବନ୍ଧିତ