Sunday, June 29, 2025
22.9 C
Odisha

    ଆଜି ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା

    ଆଗକୁ ପଢନ୍ତୁ

    ପୁରୀ  :   ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ।  ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ଗୁଆଲି ଯାତ୍ରା  । ମଧ୍ଯାହ୍ନ ଧୂପ ପରେ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ ।  ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଂଚିବେ । ସେଠାରେ ଗଜପତି ବନ୍ଦାପନା କରିବେ ।  ଏହି ସମୟରେ ଗଜପତିଙ୍କ ପ୍ରତିନିଧି , ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନିତୀ ସଂପାଦନ କରିବେ ।

    ଶ୍ରୀନହରରେ ବନ୍ଦାପନା ସରିବାପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହେବ ।  ସେଠାରେ ନୀତିକାନ୍ତି ସରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିବେ ।  ମହାପ୍ରଭୁଙ୍କ ଏହି ଗୁଆଲି ଯାତ୍ରା ସମୟରେ ଶହଶହ ଭକ୍ତେ ପଟୁଆରରେ ସାମିଲ ହେବେ ।  ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ନୀତି ସମ୍ପାଦିତ କରି ସ୍ନାନଯାତ୍ରା ପହଣ୍ଡି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.9 ° C
    22.9 °
    22.9 °
    86 %
    0.9kmh
    100 %
    Sun
    25 °
    Mon
    26 °
    Tue
    27 °
    Wed
    31 °
    Thu
    31 °

    ସମ୍ବନ୍ଧିତ