Thursday, August 7, 2025
25.7 C
Odisha

    ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, କାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    ଆଗକୁ ପଢନ୍ତୁ

    ପୁରୀ : ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ପାଇଁ ରଥ,ପଥ ଆଉ ଭକ୍ତ ପ୍ରସ୍ତୁତ । ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଗତକାଲି ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ସମ୍ପାଦିତ କରିଥିବା ବେଳେ ଆଜି ମଧ୍ୟ ବିଳମ୍ବିତ ରାତିରେ ପୁର୍ନବାର ବନକଲାଗି ନୀତି ଅନୁଷ୍ଠିତ ହେବ । ହେଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଏହି ବନକଲାଗି ନୀତି କରିଥାନ୍ତି ଦତ୍ତମହାପାତ୍ର ସେବାୟତ ।

    ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ରାତି ପାହିଲେ ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତାକାଲି ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବେ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ରହିଛି । ଭକ୍ତମାନେ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତାକାଲି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନ ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ୩ ରଥର ନିର୍ମାଣ ପ୍ରକ୍ରିୟା ୯୦ ପ୍ରତିଶତ ଶେଷ ହୋଇଛି। ଆସନ୍ତାକାଲି ଆଜ୍ଞାମାଳ ବିଜେ ପରେ ତିନି ରଥ ରଥଖଳାରୁ ଭିଡା ହୋଇ ସିଂହଦ୍ଵାର ନିକଟକୁ ଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    79 %
    0.8kmh
    100 %
    Thu
    31 °
    Fri
    26 °
    Sat
    30 °
    Sun
    32 °
    Mon
    31 °

    ସମ୍ବନ୍ଧିତ