Thursday, May 28, 2026
42.8 C
Odisha

    ଆଜି ସାରା ଦେଶରେ ପାଳୁଛି ଇଦ୍-ଉଲ୍-ଅଜ୍ ହା, ଇସଲାମିକ କ୍ୟାଲେଣ୍ଡରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପର୍ବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତ୍ୟାଗ ଓ କରୁଣାର ପର୍ବ ବକ୍ରି ଇଦ୍ । ଆଜି ସାରା ଦେଶରେ ପାଳୁଛି ଇଦ୍-ଉଲ୍-ଅଜ୍ ହା । ସାରା ଦେଶରେ କୋଟି କୋଟି ମୁସଲିମ୍ ଭାଇଭଉଣୀ ଏହି ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି । ଇସଲାମିକ କ୍ୟାଲେଣ୍ଡରର ଏହି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପର୍ବ ଆମକୁ ସାଧୁତା, ସଂକଳ୍ପ, ତ୍ୟାଗ ଏବଂ ଦୟାର ବାର୍ତ୍ତା ଦେଇଥାଏ । ଦିଲ୍ଲୀ, କଲିକତା, ମୁମ୍ବାଇ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଭଳି ବଡ଼ ବଡ଼ ସହରରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏହା ସାମ୍ପ୍ରଦାୟିକ ସଦ୍ଭାବନାକୁ ଆହୁରି ମଜବୁତ କରୁଛି । ବକ୍ରିଦ୍ ବଳିଦାନର ପର୍ବ । ଏହି ପର୍ବର ମୁଖ୍ୟ ଆଧାର ହେଉଛି କୁର୍ବାନୀ । ଯାହା ଆହ୍ଲାଙ୍କ ଇଚ୍ଛା ଆଗରେ ନିଜର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ କରିବାର ପ୍ରତୀକ । ଏହା ଇବ୍ରାହିମ ଏବଂ ତାଙ୍କ ପୁତ୍ରଙ୍କ ଅତୁଟ ନିଷ୍ଠାକୁ ସମ୍ମାନ ଜଣାଇ ପାଳନ କରାଯାଏ । ମକ୍କାରେ ପବିତ୍ର ହଜ୍ ଯାତ୍ରାର ଶେଷ ଦିନରେ ଏହି ପର୍ବ ଆରମ୍ଭ ହୋଇଥାଏ ।

    ସାମର୍ଥ୍ୟ ଅନୁଯାୟୀ ପରିବାର ପକ୍ଷରୁ ଛେଳି କିମ୍ବା ମେଣ୍ଢା ଆଦି କୁର୍ବାନୀ ଦିଆଯାଏ । ବକ୍ରି ଇଦ୍ ଦିନ ସକାଳୁ ମସଜିଦ୍ ଏବଂ ଇଦ୍ ଗାହଗୁଡ଼ିକରେ ସମୂହ ନମାଜ ପାଠ କରାଯାଏ । ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଓ ସାହାଯ୍ୟ ପ୍ରଦାନ କରି ସମାଜରେ ସମାନତା ରକ୍ଷା କରିବା ଏହି ପର୍ବର ମୂଳ ଲକ୍ଷ୍ୟ । ମୁଖ୍ୟ ପର୍ବ ମେ ୨୮ରେ ହେଉଥିଲେ ମଧ୍ୟ ସ୍ଥାନୀୟ ପରମ୍ପରା ଅନୁସାରେ ଏହି ଉତ୍ସବ ୨ ରୁ ୪ ଦିନ ପର୍ଯ୍ୟନ୍ତ ଚାଲିଥାଏ । ରୀତିନୀତି ବ୍ୟତୀତ ଏହି ପର୍ବ କ୍ଷମା, ପାରିବାରିକ ସମ୍ପର୍କ ଏବଂ ଭାଇଚାରାର ବାର୍ତ୍ତା ଦିଏ, ଯାହା ସବୁ ଧର୍ମର ଲୋକଙ୍କୁ ପ୍ରେରଣା ଯୋଗାଏ । ବକ୍ରି ଇଦକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ପ୍ରମୁଖ ମସଜିଦ୍ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.8 ° C
    42.8 °
    42.8 °
    17 %
    3kmh
    3 %
    Thu
    44 °
    Fri
    43 °
    Sat
    42 °
    Sun
    41 °
    Mon
    41 °

    ସମ୍ବନ୍ଧିତ