Friday, June 19, 2026
34.3 C
Odisha

    ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୨ ମୃତ, ୫ ନିଖୋଜ

    ଆଗକୁ ପଢନ୍ତୁ

    ପାଟନା : ବିହାର ପାଟନାର ସଟେରେ ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୫ ଜଣ ନିଖୋଜ ଥିବା ଜଣାପଡିଛି । ଆଜି ସକାଳୁ ପାଟନା ସଂଲଗ୍ନ ଉମାନାଥ ଗଙ୍ଗା ଘାଟରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୪ ଜଣ ଲୋକ ଥିଲେ । ଘଟଣା ବିଷୟରେ ଖବର ପାଇଁ ପ୍ରଶାସନ ଏବଂ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

    ସ୍ଥାନୀୟ ଏସଡିପିଓ ରାମକୃଷ୍ଣ କହିଛନ୍ତି ଯେ, ଦୁର୍ଘଟଣା ପରେ ୭ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହି ସମୟରେ ଦୁଇଜଣ ବୁଡ଼ି ଯାଇଥିଲେ ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡଙ୍ଗାରେ ମୋଟ ୧୪ରୁ ୧୫ ଣ ଲୋକ ଥିଲେ । ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ଅଘଟଣ ଘଟିଛି । ଜୋରରେ ପବନ ହେବା ଯୋଗୁଁ ଡଙ୍ଗାଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଘଯଣା ପରେ ଲୋକଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ଅନ୍ୟ ଡଙ୍ଗା ସାହାଯ୍ୟରେ କିଛି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

    ଘଟଣାରେ ୫ ଜଣ ଏଯାଏଁ ନିଖୋଜ ରହିଛନ୍ତି । ଏସଡିଆରଏଫ ଟିମ୍ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଘଟଣା ବିଷୟରେ ଖବର ମିଳିବା ପରେ ଘାଟରେ ଲୋକଙ୍କ ସମାଗମ ହୋଇଛି । ଲୋକମାନେ ନିଜ ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିଛନ୍ତି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ତେବେ ପ୍ରଶାସନ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଲୋକଙ୍କୁ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ