Tuesday, March 3, 2026
30.7 C
Odisha

    ଆନ୍ଧ୍ର ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ ମିଳିନାହିଁ। ବସ୍‌ଟି ୪୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ଯେତେବେଳେ ନିଆଁ ଲାଗିଲା, ସେତେବେଳେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ପଳାଇଗଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରି ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ମିଳିବ। ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି।

    କଲ୍ଲୁର ଜିଲ୍ଲାର ଚିନ୍ନାଟେକୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ ଏକ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା। ମୋଟରସାଇକେଲଟି ବସ ତଳେ ଫସି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ