Thursday, September 24, 2026
25 C
Odisha

    ଆପଣଙ୍କ ଗୋଡ଼ରେ ଲୁଚିଛି ଦ୍ୱିତୀୟ ହୃଦୟ ! ଜାଣନ୍ତୁ ଏହା କିପରି କରେ କାମ

    ଆଗକୁ ପଢନ୍ତୁ

    ଆପଣ ଜାଣନ୍ତି କି, ଆମ ଶରୀରରେ ଅଛି ଆଉ ଏକ ‘ହୃତ୍‌ପିଣ୍ଡ’? କଣ ଆଶ୍ଚର୍ଯ୍ୟ ଲାଗୁଛି ନା, ଭାବୁଥିବେ ଏ କେମିତିକା ମଜାକ୍ । କିନ୍ତୁ ନା ଆଜ୍ଞା ଆମେ କୌଣସି ମଜାକ୍ କରୁନୁ ବରଂ ଏହା ବିଲକୁଲ ସତ । ଆମ ଶରୀରରେ ଏକ ଦ୍ବିତୀୟ ହୃତ୍‌ପିଣ୍ଡ ଅଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆମ ଗୋଡ଼ର ପେଣ୍ଡାରେ ଥିବା ମାଂସପେଶୀ ଏକ ପମ୍ପ ଭଳି କାମ କରି ହୃତ୍‌ପିଣ୍ଡକୁ ରକ୍ତ ଫେରାଇ ଆଣିବାରେ ବଡ଼ ଭୂମିକା ନିଏ। ତେବେ କେମିତି କାମ କରେ ଏହି ‘ଦ୍ୱିତୀୟ ହୃତ୍‌ପିଣ୍ଡ’? ଆଉ ଏହାକୁ ସକ୍ରିୟ ରଖିବା କାହିଁକି ଏତେ ଜରୁରୀ ଆସନ୍ତୁ ଜାଣିବା ।

    ଏହି ଦ୍ବିତୀୟ ହୃତ୍‌ପିଣ୍ଡ ଆଣ୍ଠୁ ତଳେ ଅର୍ଥାତ୍‌ ଗୋଡ଼ର ପେଣ୍ଡାରେ ଥାଏ। ଯେତେବେଳେ ଆମେ ଚାଲୁ କିମ୍ବା ଆଙ୍ଗୁଠିରେ ଠିଆ ହେଉ ସେତେବେଳେ ଏହି ପେଣ୍ଡା ମାଂସପେଶୀଗୁଡ଼ିକ ଗୋଡ଼ର ଶିରାକୁ ଚାପିଧରି ରକ୍ତକୁ ଉପରକୁ ହୃତ୍‌ପିଣ୍ଡ ଆଡ଼କୁ ଠେଲିବାରେ ସାହାଯ୍ୟ କରନ୍ତି। ହୃତ୍‌ପିଣ୍ଡ ସବୁଆଡ଼େ ରକ୍ତ ପଠାଇଥାଏ କିନ୍ତୁ ଗୋଡ଼ରୁ ସେହି ରକ୍ତକୁ ପୁଣି ଉପରକୁ ଫେରାଇ ଆଣିବା ବହୁତ କଷ୍ଟକର ହୋଇଥାଏ। ଏହି କାମରେ ପେଣ୍ଡା ମାଂସପେଶୀ ଆମକୁ ବହୁତ ସାହାଯ୍ୟ କରେ। ଚାଲିବା, ଦୌଡ଼ିବା କିମ୍ବା ଗୋଇଠି ଉଠାଇବା ଦ୍ବାରା ପେଣ୍ଡାର ମାଂସପେଶୀ ସଙ୍କୁଚିତ ହୋଇ ରକ୍ତକୁ ଉପରକୁ ଠେଲିଥାଏ। ଶିରା ଭିତରେ ଥିବା ଛୋଟ ଭାଲ୍‌ଭଗୁଡ଼ିକ ରକ୍ତକୁ ପୁଣି ତଳକୁ ଖସିବାକୁ ଦିଏ ନାହିଁ। ଯଦି ଏହି ପମ୍ପ ଠିକ୍‌ ଭାବେ କାମ ନ କରେ ତେବେ ଗୋଡ଼ ଫୁଲିବା କିମ୍ବା ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନଙ୍କର ଏହି ପେଣ୍ଡା ପମ୍ପ ଦୁର୍ବଳ ହୁଏ ସେମାନଙ୍କ ଶରୀରରେ ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ଦେଖାଯାଏ। ଏହାର ଅର୍ଥ ନୁହେଁ ଯେ କେବଳ ଦୁର୍ବଳ ପେଣ୍ଡା ଯୋଗୁଁ ସବୁକିଛି ହୁଏ। ବରଂ ଏହା ଶାରୀରିକ ଆଳସ୍ୟ ବା ଅସୁସ୍ଥତାର ଏକ ସଙ୍କେତ ହୋଇପାରେ।

    ତେଣୁ ନିୟମିତ ଚାଲିବା, ଦୌଡ଼ିବା ଓ ସିଡ଼ି ଚଢ଼ିବା ଉଚିତ। ଯେଉଁମାନେ ଡେସ୍କ୍‌ରେ ବସି କାମ କରନ୍ତି ସେମାନେ ପ୍ରତି ଘଣ୍ଟାରେ ଥରେ ଉଠି ଚଲାବୁଲା କରିବା ଉଚିତ। ବସିଥିବା ଅବସ୍ଥାରେ ଗୋଡ଼ର ଆଙ୍ଗୁଠିକୁ ଭୂମିରେ ରଖି ଗୋଇଠିକୁ ଉପର ତଳ କରିବା ଦରକାର। ଏହା ବ୍ୟତୀତ ଡେସ୍କ୍‌ରେ ବସି ଗୋଡ଼ର ‘ସୋଲିୟସ୍‌’ ମାଂସପେଶୀକୁ ବାରମ୍ବାର ଚାଳନା କରିବାଦ୍ବାରା ଶରୀର‌ରେ ଶର୍କରା ଓ ଚର୍ବି ନିୟନ୍ତ୍ରଣ ଦିଗରେ ମଧ୍ୟ ସାହାଯ୍ୟ ମିଳିଥାଏ। ତେଣୁ ପେଣ୍ଡାର କୌଣସି ଅସଲି ହୃତ୍‌ପିଣ୍ଡ ନ ଥିଲେ ମଧ୍ୟ ଏହାର ପ୍ରତିଟି ସଙ୍କୋଚନ ଆପଣଙ୍କ ପ୍ରକୃତ ହୃତ୍‌ପିଣ୍ଡକୁ ବହୁତ ସାହାଯ୍ୟ ଯୋଗାଇଥାଏ। ତେବେ ଆପଣଙ୍କ ପେଣ୍ଡାରେ ହୃତ୍‌ପିଣ୍ଡ ନାହିଁ, ସତ। କିନ୍ତୁ ଏହାର ପ୍ରତିଟି ସଙ୍କୋଚନ ଆପଣଙ୍କ ପ୍ରକୃତ ହୃତ୍‌ପିଣ୍ଡକୁ ରକ୍ତ ଫେରାଇ ଆଣିବାରେ ଦେଇଥାଏ ଏକ ବଡ଼ ସାହାଯ୍ୟ। ତେଣୁ ମନେ ରଖନ୍ତୁ, “ଗୋଡ଼ ଚାଲିଲେ ପେଣ୍ଡା ପମ୍ପ ଚାଲିବ। ପେଣ୍ଡା ପମ୍ପ ଚାଲିଲେ ରକ୍ତ ସଞ୍ଚାଳନ ସହଜ ହେବ।” ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବସି ରୁହନ୍ତୁ ନାହିଁ, ଚାଲନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    96 %
    3.6kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ