Sunday, March 29, 2026
31.5 C
Odisha

    ଆପଣ ଜାଣିଛନ୍ତି କି, ପୂଜା କରିବା ସମୟରେ କାହିଁକି ମଥାରେ ଦିଅନ୍ତି ଓଢ଼ଣା ?

    ଆଗକୁ ପଢନ୍ତୁ

    ଭାରତୀୟ ସଂସ୍କୃତିରେ ପୂଜାପାଠକୁ ଅଧିକ ମହତ୍ତ୍ବ ଦିଆଯାଇଥାଏ । ବର୍ଷକ ବାର ମାସକୁ ତେର ପର୍ବ ଭାବେ ହିନ୍ଦୁ ଧର୍ମରେ ସର୍ବଦା ବିଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ ।ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ବ୍ଯକ୍ତି ଭାବନାର ସହ ପୂଜା କରନ୍ତି ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଆପଣ ସାଧାରଣତଃ ଦେଖିଥିବେ ପୂଜା ସମୟରେ ମହିଳାମାନେ ମଥାରେ ଓଢ଼ଣା ଏବଂ ପୁରୁଷମାନେ ରୁମାଲ୍ ଦେଇଥାନ୍ତି । ଆପଣ କେବେ ଏ ବାବଦରେ ଭାବିଛନ୍ତି କି ଏପରି କାହିଁକି କରାଯାଏ ? ଯଦି ନା, ତେବେ ଜାଣନ୍ତୁ ଏ ସମ୍ବନ୍ଧୀୟ କିଛି ଖାସ ତତ୍ବ….

    ଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ ମୁଣ୍ଡ ଘୋଢ଼ାଇବା ଦ୍ବାରା ମନରେ ଏକାଗ୍ରତା ବଢ଼େ। ଯେଉଁ ବ୍ୟକ୍ତି ମୁଣ୍ଡ ନଘୋଢ଼ାଇଥାନ୍ତି ତାଙ୍କ ମନ ମଧ୍ୟରେ କ୍ରୋଧ, ହିଂସା ଯାତ ହୋଇଥାଏ। ଯାହାଫଳରେ ମୁଣ୍ଡବ୍ୟଥା ଓ ଦୃଷ୍ଟି ଶକ୍ତି କମ୍ ଆଦି ସମସ୍ଯା ଦେଖାଯାଇଥାଏ।

    ଭାରତୀୟ ଇତିହାସ ଅନୁଯାୟୀ , ମୁଣ୍ଡରେ ଓଢ଼ଣା ଦେବା ଦ୍ବାରା ବଡଙ୍କୁ ସମ୍ମାନ ଦେବା ବୁଝାଇଥାଏ। ପୂଜା ସମୟରେ ଯଦି ମହିଳା ବା ପୁରୁଷ ମୁଣ୍ଡ ଘୋଢ଼ାନ୍ତି ତାହା ଦ୍ବାରା ମନରେ ଶାନ୍ତି ରହିବା ସହ ଏକାଗ୍ରତା ବଢ଼ିଥାଏ ଏବଂ ପୂଜା ସଠିକ୍ ଭାବେ ସମ୍ପନ୍ନ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ