Friday, February 27, 2026
30.3 C
Odisha

    ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୫୫ ସେନାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍  । କାବୁଲ ଓ କାନ୍ଦାହାରରେ ବୋମାମାଡ଼ । ଭୟଙ୍କର ରୂପ ନେଇଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ । ଆଜି ସକାଳୁ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ କାନ୍ଦାହାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ‘ଅପରେସନ ଗଜବ-ଲିଲ୍-ହକ୍’ (Operation Ghazab lil-Haq) ଜରିଆରେ ପାକିସ୍ତାନ ଏହି ଆକ୍ରମଣ କରିଛି। କାଲି ରାତିରେ ତାଲିବାନ ସେନା ପାକିସ୍ତାନ ସୀମା ଭିତରକୁ ପଶି ଆକ୍ରମଣ କରିଥିଲେ। ଏଥିରେ ୫୫ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଫଗାନିସ୍ତାନ । ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସକାଳୁ ବିମାନ ଆକ୍ରମଣ ଆରମ୍ଭ କରିଛି । ପାକିସ୍ତାନ ବାୟୁସେନା କାବୁଲ ଓ କାନ୍ଦାହାରରେ ଥିବା ତାଲିବାନର ମିଲିଟାରୀ କ୍ୟାମ୍ପ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରିଛି ।

    ଏହି ଆକ୍ରମଣରେ ୧୩୩ ରୁ ଅଧିକ ତାଲିବାନ ସଦସ୍ୟ ନିହତ ହୋଇଥିବା ଏବଂ ପ୍ରାୟ ୨୦୦ ରୁ ଅଧିକ ଆହତ ହୋଇଥିବା ପାକିସ୍ତାନ ଦାବି କରିଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଏକ ‘ଖୋଲା ଯୁଦ୍ଧ’ ବୋଲି କହିଛନ୍ତି । ସେପଟେ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଆକ୍ରମଣକୁ ‘କାପୁରୁଷୋଚିତ’ ବୋଲି କହିବା ସହ ପାକିସ୍ତାନ ବିରୋଧରେ ପାଲଟା ଆକ୍ରମଣ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି । ତାଲିବାନ ପକ୍ଷରୁ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନଥିବା କୁହାଯାଇଛି । ସୋସିଆଲ ମିଡିଆରେ କାବୁଲ ଓ କାନ୍ଦାହାର ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡୁଥିବାର ଭିଡିଓ ସାମ୍ନାକୁ ଆସୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାବୁଲରେ ପ୍ରାୟ ୮ଟି ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ଏବଂ ଆଗକୁ ଏହା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    17 %
    1kmh
    4 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ