କୋଚି : କେରଳର କୋଚି ବିମାନବନ୍ଦରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଆସିଛି । ବିମାନଟି କୋଚିରୁ ଆବୁଧାବିକୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ତ୍ରୁଟି ଦେଖାଦେବାରୁ ବିମାନକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।
ଖବର ମୁତାବକ, ଇଣ୍ଡିଗୋ ବିମାନ 6E-୧୪୦୩ ଶୁକବ୍ରାର ରାତି ୧୧.୧୦ ମିନିଟ ସମୟରେ କୋଚିରୁ ଉଡ଼ାଣ ଭରିଥିଲା । ପ୍ରାୟ ୨ ଘଣ୍ଟା ଉଡ଼ାଣ ଭରିବା ପରେ ୧.୪୪ ମିନିଟର ବିମାନରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡିଥିଲା । ଏହା ଜଣାପଡିବା ପରେ ବିମାନକୁ କୋଚି ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ବିମାନରେ ୧୮୦ ଜଣ ଯାତ୍ରୀ ସହିତ କ୍ରୁ ମେମ୍ବର ମଧ୍ୟ ରହିଥିଲେ । ସମସ୍ତ ଯାତ୍ରୀମାନଙ୍କୁ କୋଚି ବିମାନବନ୍ଦରରେ ଓହ୍ଲାଇ ଦିଆଯାଇ ରାତି ୩.୩୦ ମିନିଟରେ ଅନ୍ୟ ଏକ ବିମାନ ଜରିଆରେ ଆବୁଧାବିକୁ ପଠାଯାଇଥିଲା । ତେବେ ଇଣ୍ଡିଗୋ ତରଫରୁ ତତ୍କାଳ କୌଣସି ଟିପ୍ପଣୀ ଜାରି କରାଯାଇନଥିଲା ।