ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ । ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ । ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ ମିଳିଛି ଏହି ତଥ୍ୟ ।
ସେହିପରି ୨୨,୩୪୯ ଉଡ଼ାଣ ବିଳମ୍ବିତ ହୋଇଥିଲା । ଆମେରିକୀୟ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଡେଭିନ୍ ସମ୍ପର୍କିତ ସତର୍କତା ଜାରି କରାଯାଇଛି । ଆଜି ସକାଳ ପର୍ଯ୍ୟନ୍ତ ଉତ୍ତର ମଧ୍ୟ-ଆଟଲାଣ୍ଟିକ୍ ଓ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ ଗ୍ରେଟ୍ ଲେକକୁ ଯାତ୍ରା ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ ଜାରି ହୋଇଛି । ନ୍ୟୁୟର୍କକୁ ଟ୍ରାଇଷ୍ଟେଟ୍ ପର୍ଯ୍ୟନ୍ତ ପ୍ରାୟ ୪ରୁ ୮ ଇଞ୍ଚ ବହଳର ତୁଷାରପାତ ହୋଇଛି ।

