Sunday, October 11, 2026
22.8 C
Odisha

    ଆଉ ନାହାନ୍ତି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :  ଏଥର ଡିସେମ୍ବର ମାସ ଯାତ୍ରା ଜଗତ ପାଇଁ ଅନେକ ଦୁଃଖ ଆଣିଦେଇଛି। ଦୁଇଟି ବଡ ବଡ ଯାତ୍ରା ପାର୍ଟିର ଦୁଇଜଣ ଜଣାଶୁଣା ହାସ୍ୟକଳାକାରଙ୍କ ଦେହାନ୍ତ ହୋଇଯାଇଛି। ନା ଆଉ ମଞ୍ଚରୁ ହସାଇବେ ନା ଆପଣ ଆଉ ତାଙ୍କ ସଂଳାପ ଶୁଣି ହସିବେ, କାରଣ ଆରପାରିକୁ ଚାଲିଯାଇଛନ୍ତି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା। ଯାତ୍ରା ଜଗତରେ ଦେବେନ୍ଦ୍ର ଦାସ ବା ବୁଧିଆ ନନା ଭାବେ ପରିଚିତ ଏହି ହାସ୍ୟ କଳାକାର ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଯାଇଛନ୍ତି। ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା।

    ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି। ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ। ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ। ବୁଧିଆ ନନାଙ୍କ ଘର ଜଗତସିଂହପୁରର ଗୋପାଳପୁର ହୋଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯାତ୍ରା ଦୁନିଆ ସହ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରୀ ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ