Saturday, October 3, 2026
23 C
Odisha

    ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସଜେଇ ହେଉଛି ପ୍ରଦର୍ଶନୀ ପଡିଆ । ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ରାଜଧାନୀରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ଜାନୁଆରୀ ୫ରୁ ଜାନୁଆରୀ ୧୬ ତାରିଖ ଯାଏ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି ।

    ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସବୁ ବର୍ଷା ପରି ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଫୁଡ୍ କୋର୍ଟ । ୨୦ ଟି ଆଦିବାସୀ କୁଟିର ନିର୍ମାଣ କରାଯାଉଥିବା ବେଳେ ୧୪୭ ଟି ଷ୍ଟଲ୍ ରେ ଆଦିବାସୀ ସାମଗ୍ରୀ ବିକ୍ରି କରାଯିବ ।

    ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତର ପରିବେଷଣ କରାଯିବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ଫାୟର୍ ୱାର୍କ ଶୋର ମଧ୍ୟ କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ