Wednesday, May 20, 2026
32.6 C
Odisha

    ଆସନ୍ତୁ ଜାଣିବା ଟ୍ରାଫିକ୍ ଲାଇଟର ୩ ରଙ୍ଗ ବିଷୟରେ

    ଆଗକୁ ପଢନ୍ତୁ

    ଏବେ ସବୁଆଡେ ଟ୍ରାଫିକ୍ ଲାଇଟର ବ୍ୟବହାର ହେଉଛି । ଯାହା ୩ଟି ରଙ୍ଗର ଥାଏ । ଏହି ୩ଟି ରଙ୍ଗ ଆମକୁ କିଛି ସିଗନାଲ୍ ଦେଇଥାଏ । ଏହି ନିୟମକୁ ସମସ୍ତେ ମଧ୍ୟ ମାନିଥାଆନ୍ତି । ଲାଲ୍ ସିଗନାଲର ଅର୍ଥ ଅଟକି ଯାଆନ୍ତୁ, ସବୁଜ ରଙ୍ଗ ସିଗନାଲର ଅର୍ଥ ଆଗକୁ ବଢନ୍ତୁ ଏବଂ ହଳଦିଆ ରଙ୍ଗର ସିଗନାଲର ଅର୍ଥ ହେଉଛି ଯିବା ପାଇଁ ପ୍ରସ୍ତୁତ ରୁହ । ଯାହା ବର୍ତ୍ତମାନ ଆଧୁନିକ ଜୀବନଯାପନ କରୁଥିବା ଲୋକଙ୍କ ପାଇଁ ଜରୁରୀ ପାଲଟି ଯାଇଛି । କେବେଳ ଏହି ୩ଟି ରଙ୍ଗ କାହିଁକି ଅନ୍ୟ କୌଣସି ରଙ୍ଗ ସିଗନାଲରେ କାହିଁକି ବ୍ୟବହାର କରାଯାଉନାହିଁ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଏହି ଆଧୁନିକ ଟ୍ରାଫିକ୍ ସିଗନାଲ୍ ୧୮୩୦ ଏବଂ ୧୮୪୦ ଦଶକରୁ ବ୍ରିଟିଶ ରେଲୱେ କମ୍ପାନୀଠାରୁ ଆରମ୍ଭ ହୋଇଥିଲା । ଆରମ୍ଭ ରେଳବାଇକୁ ଟ୍ରେନ୍ ଡ୍ରାଇଭରଙ୍କ ସହ ଯୋଗାଯୋଗା କରିବାକୁ ଏବଂ ବ୍ୟସ୍ତ ଟ୍ରାକରେ ଧକ୍କା ହେବା ରୋକିବାକୁ ଏହି ପ୍ରଣାଳୀର ଅବଶ୍ୟକତା ଥିଲା । ଏହି ସିଗନାଲିଂ ଧାରଣାଗୁଡ଼ିକୁ ବିକଶିତ କରିବାରେ ସାମିଲ ଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ହେନରୀ ବୁଥ୍, ଯିଏକି ଲିଭରପୁଲ ଏବଂ ମାଞ୍ଚେଷ୍ଟର ରେଳବାଇର ଜଣେ ଇଞ୍ଜିନିୟର ଥିଲେ। ସେହି ସମୟରେ ରେଳବାଇ ସିଗନାଲିଂ ତିନୋଟି ରଙ୍ଗ ବ୍ୟବହାର କରୁଥିଲା । ବିପଦ ଅଟକାଇବା ପାଇଁ ଲାଲ, ସତର୍କତା ପାଇଁ ସବୁଜ ଏବଂ ନିରାପଦରେ ଆଗକୁ ବଢ଼ିବା ପାଇଁ ଧଳା ।

    ରଖାଯାଇଥିବା ଏହି ଧଳା ରଙ୍ଗର ସିଗନାଲ ରାତିରେ ଡ୍ରାଇଭରଙ୍କ ପାଇଁ ବିପଦ କିମ୍ବା ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା । ଯାହା ଫଳରେ ଭୁଲବଶତଃ ଟ୍ରେନଗୁଡିକ ମଧ୍ୟରେ ଧକ୍କା ହୋଇଥିଲା । ତେଣୁ ଏହି ଦୁର୍ଘଟଣା ପରେ ରେଲୱେ ଅଧିକାରୀ ଧଳା ରଙ୍ଗ ବଦଳରେ ସବୁଜ ରଙ୍ଗକୁ ବାଛିଥିଲେ । ଏହା ସହିତ ହଳଦିଆ ରଙ୍ଗକୁ ସତର୍କର ସିଗନାଲ ଭାବେ ବଛାଗଲା ।

    ଟ୍ରେନରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଟ୍ରାଫିକ୍ ଲାଇଟର ମୂଳଦୂଆ ପାଲଟିଥିଲା । ପ୍ରଥମ ସଡ଼କ ଟ୍ରାଫିକ ସିଗନାଲ୍ ୧୦ ଡିସେମ୍ବର ୧୮୬୮ରେ ଲଣ୍ଡନର ସଂସଦ ଭବନ ବାହାରେ ଲଗାଯାଇଥିଲା । ଏହି ସିଷ୍ଟମକୁ ଜନ୍ ପିକ୍ ନାଇଟ୍ ଡିଜାଇନ୍ କରିଥିଲେ । ସେ ସଡ଼କ ଯାତାୟତରେ ପ୍ରବନ୍ଧନ ପାଇଁ ରେଲୱେ ସିଗନାଲର କନ୍ସେପ୍ଟକୁ ବ୍ୟବହାର କରାଯାଇଥିଲା । ପ୍ରାରମ୍ଭରେ, ଏକ ଗ୍ୟାସ୍ ସଂସ୍କରଣ ବିକଶିତ ହୋଇଥିଲା । ଯେଉଁଥିରେ କେବଳ ଲାଲ ଏବଂ ସବୁଜ ରଙ୍ଗ ବ୍ୟବହାର କରାଯାଇଥିଲା । ଘୋଡା ଗାଡ଼ି ଏବଂ ଅନ୍ୟ ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ପୋଲିସ ଅଧିକାରୀ ଏହି ସିଗନାଲଗୁଡ଼ିକୁ ହାତରେ ପରିଚାଳନା କରୁଥିଲେ ।

    ପରବର୍ତ୍ତୀ ସମୟରେ ବଡ଼ ସଫଳତା ୧୯୧୨ରେ ଯେତେବେଳେ ମିଳିଥିଲା ଲେଷ୍ଟର ୱାୟର ପ୍ରଥମ ଥର ପାଇଁ ଆମେରିକାରେ ଇଲେକ୍ଟ୍ରିର ଟ୍ରାଫିକ୍ ଲାଇଟ ବନାଇଥିଲେ । ପରେ ୧୯୨୦ ମସିହାରେ ଜଣେ ପୋଲିସ ଅଧିକାରୀ ୱିଲିୟମ୍ ପଟ୍ସ, ଆନୁଷ୍ଠାନିକ ଭାବରେ ଆଧୁନିକ ତିନି ରଙ୍ଗର ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଲାଲ ଏବଂ ସବୁଜ ରଙ୍ଗ ମଧ୍ୟରେ ହଳଦିଆ ରଙ୍ଗର ସିଗନାଲ ଆରମ୍ଭ କରିଥିଲେ ।

    ଷ୍ଟପ୍ ପାଇଁ ଲାଲ ରଙ୍ଗ ବଛାଯିବାର କାରଣ ଅଛି । ଏହି ରଙ୍ଗ ଅଧିକ ଆଟ୍ରାକ୍ଟିଭ ହୋଇଥାଏ । ଏହାର ରଙ୍ଗ ଅଧିକ ରେଞ୍ଜର ମଧ୍ୟ ହୋଇଥାଏ । ତେଣୁ ଲୋକଙ୍କୁ ସଜାଗ ରହିବାରେ ଭଲ ସାହାଯ୍ୟ କରେ ।  ଏହା ପାଖାପାଖି ପ୍ରାୟ ୬୨୦ ରୁ ୭୪୦ ନାନୋମିଟର ମଧ୍ୟରେ ହୋଇଥାଏ ।  ସେଥିପାଇଁ ଏହି ରଙ୍ଗର ଲାଇଟ୍ ଆଲୁଅ ଅଧିକ ବାଟ ଯାଏଁ ପଡିଥାଏ । ଏହି ଲାଇଟର ରେଞ୍ଜ ଧୂଳି, କୁହୁଡି, ଧୂଆଁ ଏବଂ ବର୍ଷାରେ ଅଧିକ ବାଟ ପର୍ଯ୍ୟନ୍ତ ଆଲୋକିତ ହୋଇଥାଏ । ସାଧାରଣତଃ ଲାଲ ରଙ୍ଗକୁ ବିପଦ ଏବଂ ସତର୍କତାର ସଙ୍କେତ ବୋଲି କୁହାଯାଇଥାଏ ।

    ସବୁଜ ରଙ୍ଗ ଏଥିପାଇଁ ବଛାଯାଇଥିଲା କାହିଁକିନା ଲୋକଙ୍କ ଆଖି ପାଇଁ ଏହି ରଙ୍ଗ ଅଧିକ ସମ୍ବେଦନଶୀଳ ହୋଇଥାଏ । ଯାହା ପାଖାପାଖି ୫୦୦ରୁ ୫୬୫ନାନୋମିଟର ମଧ୍ୟରେ ହୋଇଥାଏ । ଏଭଳି ସମ୍ବେଦନଶୀଳ ଲୋକଙ୍କ ପାଇଁ ଏହି ସିଗନାଲର ରଙ୍ଗ ଦିନରେ କିମ୍ବା ରାତିରେ ରାସ୍ତାକୁ ଶୀଘ୍ର ଚିହ୍ନିବାରେ ସହଜ କରେ । ଲୋକଙ୍କ ସୁରକ୍ଷା ପାଇଁ ଏହି ୩ ଟି ରଙ୍ଗକୁ ବଛାଯାଇଛି । ଯାହା ଲୋକଙ୍କୁ ଅନେକ ସାହାଯ୍ୟ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.6 ° C
    32.6 °
    32.6 °
    33 %
    0.5kmh
    54 %
    Wed
    44 °
    Thu
    45 °
    Fri
    45 °
    Sat
    45 °
    Sun
    45 °

    ସମ୍ବନ୍ଧିତ