Wednesday, May 20, 2026
32.6 C
Odisha

    ଶୀଘ୍ର ଛାଡ଼ନ୍ତୁ ଏହି ସବୁ ଅଭ୍ୟାସ, ନ ହେଲେ ହାଡ଼ ହେବ ଦୂର୍ବଳ

    ଆଗକୁ ପଢନ୍ତୁ

    ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ । କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ । ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ବିଶୋଷିତ କରାଇଦେଇ ନ ଥାଏ । ଏହା ଯୋଗୁଁ ହେଉଥିବା କ୍ୟାଲସିୟମ୍ ଅଭାବକୁ ଶରୀର ହାଡ଼ରୁ ନେଇ ପୂରଣ କରିଥାଏ । ଏହାଦ୍ୱାରା ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ ବୟସରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏମିତିରେ ଆବଶ୍ୟକ ଏଭଳି ଖାଦ୍ୟ ଖାଇବେ ଯେଉଁଥିରେ ସାରା ଜୀବନ ହାଡ ମଜଭୂତ ରହିବ । ଆଉ ହାଡକୁ ମଜଭୂତ କରିବା ପାଇଁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ହେଲେ କଣ ଆପଣ ଜାଣନ୍ତି ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ ।

    ଜଙ୍କ୍ ଫୁଡ୍: ବର୍ଗର, ପିଜ୍ଜା, ପାସ୍ତା ଆଦି ଜଙ୍କ୍ ଫୁଡ୍ରେ ସୋଡିୟମ୍ ଅନେକ ମାତ୍ରାରେ ଥାଏ । ଏହା ମଧ୍ୟ ଶରୀରରେ କ୍ୟାଲ୍ସିୟମ୍ର ମାତ୍ରାକୁ କମ୍ କରିଥାଏ, ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ । ଆପଣଙ୍କ ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ

    ନମକିନ୍ ଓ ଚିପ୍ସ୍: ନମ୍କିନ୍ (ଖଟାମିଠା), ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ । ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ରାଶୟରୁ ବାହାରକୁ ପଳାଇ ଯାଇଥାଏ, ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ ।

    ଅଧିକ ଲୁଣ : ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ ।

    ଚକଲେଟ୍ : ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।

    ମଦ : ମଦ ପିଇବା ଭଳି ଖରାପ ଅଭ୍ୟାସ ଅଧିକାଂଶ ଲୋକଙ୍କର ଥାଏ । ହେଲେ ମଦ ନା କେବଳ ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କ ଛବି ଖରାପ କରିଥାଏ ବରଂ ହାଡ ଉପରେ ପ୍ରଭାବ ପକାଇଥାଏ । ଅଧିକ ମଦ ପିଇଲେ ଶରୀରରେ କ୍ୟାଲସିୟମର ଅଭାବ ହେବା ସହ ହାଡ ଦୁବର୍ଳ ହୋଇଯାଇଥାଏ ।

    କୋଲ୍ଡ ଡ୍ରିଙ୍କ୍ସ : ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।

    ଚା ଏବଂ କଫି : ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.6 ° C
    32.6 °
    32.6 °
    33 %
    0.5kmh
    54 %
    Wed
    44 °
    Thu
    45 °
    Fri
    45 °
    Sat
    45 °
    Sun
    45 °

    ସମ୍ବନ୍ଧିତ