Wednesday, June 25, 2025
25.2 C
Odisha

    ଆସିଲା ଇ-ରେଜିଷ୍ଟ୍ରେସନ ଆପ୍‌, ଘରେ ବସି ଲୋକ ପାଇପାରିବେ ସମସ୍ତ ରାଜସ୍ବ ତଥ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ଆପଣଙ୍କୁ ତହସିଲ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ବ ତଥ୍ୟ । ଇ-ରେଜିଷ୍ଟ୍ରେସନ ଆପ୍‌ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଛୋଟ ଛୋଟ କାମ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ । ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା ।

    ଆଜି ବିଭାଗ ପକ୍ଷରୁ ଇ-ରେଜିଷ୍ଟ୍ରେସନ ଆପ୍‌ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଥାଏ । ମୁଖ୍ୟମନ୍ତ୍ରୀ ଆଜି ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ରାଜସ୍ୱ ବିଭାଗ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍‌ର ବିକାଶ ହୋଇଛି । ଏହି ଆପ୍ ଦ୍ୱାରା ଘରେବସି ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଙ୍ଗ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ। ଜମିର ବେଞ୍ଚମାର୍କ ମାର୍କେଟ୍ ଭାଲ୍ୟୁ ମଧ୍ୟ ଜାଣିହେବ।ଏହି ଆପ୍‌ ରେ ସବ୍ ରେଜିଷ୍ଟ୍ରର ଅଫିସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିପାରିବ। ଏହାଦ୍ୱାରା ଡିଜିଟାଲ ସେବା ପ୍ରଦାନରେ ସରକାର ଏକ ବଡ ମାଇଲଷ୍ଟୋନ ହାସଲ କରିଛନ୍ତି । ଆମ ସରକାର ଶାସନକୁ ଆସିବା ପରେ ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିଛି ଓ ରାଜସ୍ବ ସେବା ଲୋକମାନଙ୍କର ନିକଟତର ହୋଇଛି । ବିଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତାଗୁଡିକ ଏହି ପୁସ୍ତିକାରେ ସ୍ଥାନ ପାଇଛି। ଜନସାଧାରଣ ଆମ ସରକାର ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି। ସେହି ଭରସାକୁ ଅକ୍ଷୁର୍ଣ୍ଣ ରଖି ଆମେ ପ୍ରତ୍ୟେକ ସମୟରେ ଯତ୍ନବାନ ଓ ଦାୟିତ୍ୱବାନ ହୋଇ ନିରନ୍ତର ସେବା ଯୋଗାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.2 ° C
    25.2 °
    25.2 °
    92 %
    1.5kmh
    100 %
    Wed
    25 °
    Thu
    29 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ