Thursday, September 25, 2025
26 C
Odisha

    ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ, ଝାରସୁଗୁଡ଼ାରେ ୯୫ ମିନିଟ ରହିବେ ମୋଦି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ ନେଇ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସକାଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଝାରସୁଗୁଡା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଥିଲେ । ପରେ ଗତକାଲି ସଂଧ୍ୟାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି ।

    ୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ଅପରାହଣ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ଲୋକଙ୍କ ସମାଗମ ହେବାର ଲକ୍ଷ୍ୟ ରଖାଯାଇଛି ।

    ଏନେଇ ଝାରସୁଗୁଡା ବିମାନବନ୍ଦର, ଝାରସୁଗୁଡା ଅତିଥିଭବନ, ସଭାସ୍ଥଳ, କାରକେଡ୍ ରୁଟ୍, ବିଦ୍ୟୁତ ଓ ପାନୀୟ ଜଳ ଓ ପାସ୍ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଛି । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହା ନିର୍ଦ୍ଦେଶକ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ, ପାଣିପାଗ ସମସ୍ୟା ନେଇ ଝାରସୁଗୁଡାକୁ ପରିବର୍ତ୍ତନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    85 %
    1.8kmh
    88 %
    Thu
    29 °
    Fri
    29 °
    Sat
    27 °
    Sun
    26 °
    Mon
    29 °

    ସମ୍ବନ୍ଧିତ