Thursday, November 20, 2025
20.8 C
Odisha

    ଇତିହାସ ରଚିଲେ ନୀତିଶ କୁମାର, ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ଆଗକୁ ପଢନ୍ତୁ

    ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା । ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ମହାସମାରୋହ ଆୟୋଜନ କରାଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ୧୨ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ହୋଟେଲ ମୌର୍ଯ୍ୟରେ ଅତିଥିମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଛି ।ନୀତିଶଙ୍କ ଶପଥ ଉତ୍ସବରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓ ମଣିପୁର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ନୀତିଶଙ୍କ ସହିତ ଆଉ ୨୬ ଜଣ ଅନ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.8 ° C
    20.8 °
    20.8 °
    78 %
    1.2kmh
    12 %
    Thu
    21 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ