Monday, September 28, 2026
30.3 C
Odisha

    ଇରାନରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୪. ୪

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଜି ଇରାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।  ଇରାନର ପୋର୍ଟ ଆବାସର ପଶ୍ଚିମରେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି।  ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ ଇରାନ କୌଣସି ପରମାଣୁ ପରୀକ୍ଷଣ କରିଥିବା ସନ୍ଦେହ କରାଯାଉଛି। ଭୂମିକମ୍ପ ବନ୍ଦର ଆବାସର ୭୪ କିଲୋମିଟର ପଶ୍ଚିମରେ ଏବଂ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା।

    ଏହି ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିବା ମାତ୍ରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପୂର୍ବରୁ ମଙ୍ଗଳବାର ଦିନ ଦକ୍ଷିଣ ଇରାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ମାପ କରାଯାଇଥିଲା। ଇରାନର ଫାର୍ସ ପ୍ରଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଗେରାଶରେ ଏହି ଭୂମିକମ୍ପ ହୋଇଥିଲା। ୟୁଏସଜିଏସ୍‌  କହିଛି ଯେ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ