Tuesday, April 7, 2026
24.1 C
Odisha

    ଇରାନର ଅନେକ ନେତା ସଫା, ଏମିତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇରାନର ଅନେକ ନେତା ସଫା । ଏମିତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେହେରାନରେ ଏକ ବଡ଼ ଧରଣର ଆକ୍ରମଣରେ ଇରାନର ଅନେକ ଶୀର୍ଷ ସାମରିକ ନେତା ନିହତ ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ତେହେରାନରେ ହୋଇଥିବା ଏକ ବଡ଼ ଧରଣର ଆକ୍ରମଣରେ ଇରାନର ଅନେକ ପ୍ରମୁଖ ସାମରିକ ନେତା ପ୍ରାଣ ହରାଇଛନ୍ତି । ତେହେରାନରେ ଭୟଙ୍କର ଆକ୍ରମଣର ୧ ମିନିଟ ୭ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି ଟ୍ରମ୍ପ। ତେବେ କେଉଁ ସାମରିକ ନେତମାନେ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ କରି ନାହାନ୍ତି ଟ୍ରମ୍ପ । ତେବେ ଏହି ନେତାମାନେ ଇରାନକୁ ଭୁଲ ବାଟରେ ପରିଚାଳିତ କରୁଥିଲେ ବୋଲି ଟ୍ରମ୍ପ କହିଛନ୍ତି।

    ସେହିଭଳି, ଇରାନକୁ ଟ୍ରମ୍ପଙ୍କ ନୂଆ ଚେତାବନୀ, ନୂଆ ଡେଡଲାଇନ୍। ହୋର୍ମୁଜ ଖୋଲିବାକୁ ୪୮ ଘଣ୍ଟାର ଡେଡଲାଇନ ଦେଲେ ଆମେରିକା ରାଷ୍ଟ୍ରପତି । ଧାର୍ଯ୍ୟ ସମୟରେ ହୋର୍ମୁଜ ପ୍ରଣାଳୀ ନଖୋଲିଲେଲ କିମ୍ବା ଆମେରିକା ସହ ଡିଲ ନକଲେ ଇରାନ ଚରମ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି, “ମନେ ରଖନ୍ତୁ, ମୁଁ ଇରାନକୁ ଚୁକ୍ତି କରିବା ପାଇଁ କିମ୍ବା ହରମୁଜ୍ ଜଳପଥ ଖୋଲିବା ପାଇଁ ୧୦ ଦିନ ସମୟ ଦେଇଥିଲି । ଏବେ ସମୟ ସରି ଆସୁଛି । ମାତ୍ର ୪୮ ଘଣ୍ଟା ବାକି ଅଛି, ନଚେତ୍ ସେମାନଙ୍କ ଉପରେ କଠୋର ଆକ୍ରମଣ ହେବ । ଟ୍ରମ୍ପ ପୂର୍ବରୁ ଦେଇଥିବା ୧୦ ଦିନିଆ ସମୟସୀମା ଏବେ ଶେଷ ପର୍ଯ୍ୟାୟରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ