Saturday, October 17, 2026
23.3 C
Odisha

    ମୁଖ୍ୟମନ୍ତ୍ରୀ ମାୱାନ ଧ୍ୟାନ ସତକାର ଯୋଜନାର ବିଜ୍ଞପ୍ତି ଜାରି, ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦୦ ଟଙ୍କା

    ଆଗକୁ ପଢନ୍ତୁ

    ପଞ୍ଜାବ ସରକାର “ମୁଖ୍ୟମନ୍ତ୍ରୀ ମାୱନ ଧ୍ୟାନ ସତକାର ଯୋଜନା” କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁ ଯୋଜନା ମାଧ୍ୟମରେ ଯୋଗ୍ୟ ମହିଳାମାନେ ପ୍ରତି ମାସରେ ୧୦୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ । ଏହି ଯୋଜନାରୁ ଲାଭ ପାଉଥିବା ପରିବାରର ଯୋଗ୍ୟ ମହିଳାଙ୍କ ସଂଖ୍ୟା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଥିସହିତ ବର୍ତ୍ତମାନର ସାମାଜିକ ସୁରକ୍ଷା ପେନସନଭୋଗୀମାନେ ପୂର୍ବରୁ ପାଉଥିବା ପେନସନ ସହିତ ଏହି ଯୋଜନା ମାଧ୍ୟମରୁ ମଧ୍ୟ ପୂର୍ଣ୍ଣ ଆର୍ଥିକ ସୁବିଧା ପାଇପାରିବେ ।

    ସୂଚନାନୁଯାୟୀ, କ୍ୟାବିନେଟ୍ ଆଜି ଏହି ଯୋଜନାକୁ ଅନୁମୋଦନ କରିଛି । ଯାହା ଦ୍ଵାରା ମହିଳାମାନେ ପ୍ରତି ମାସରେ ୧୦୦୦ ଟଙ୍କା ଏବଂ ଅନୁସୂଚିତ ଜାତିର ମହିଳାମାନେ ୧୫୦୦ ଟଙ୍କା ପାଇବେ । ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ ବୋଲି ଆମ ଆଦମୀ ପାର୍ଟି ୨୦୨୨ ମସିହା ପଞ୍ଜାବ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । ଏହି ଯୋଜନାରୁ ସରକାରୀ ଚାକିରି ଏବଂ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ବାଦ୍ ଦିଆଯାଇଛି ।

    ଏଥି ସହିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଯୋଜନାର ଲକ୍ଷ୍ୟ ରାଜ୍ୟ ସାରା ମହିଳାମାନଙ୍କର ଆର୍ଥିକ ସୁରକ୍ଷା ଏବଂ ସ୍ୱାଧୀନତାକୁ ସୁଦୃଢ଼ କରିବା, ପରିବାରର କଲ୍ୟାଣରେ ଉନ୍ନତି ଆଣିବା, ପରିବାରର ଆର୍ଥିକ ନିଷ୍ପତ୍ତି ଗ୍ରହଣରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ପଞ୍ଜାବ ସାରା ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା । ଯୋଗ୍ୟ ମହିଳାଙ୍କ ବୟସ ୧୮ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଯୋଗ୍ୟ ମହିଳାଙ୍କ ପଞ୍ଜାବର ପଞ୍ଜୀକୃତ ବାସିନ୍ଦା ଭୋଟର ଥିବା ମଧ୍ୟ ଆବଶ୍ୟକ ।

    ସେହିପରି ପଞ୍ଜାବ ସରକାର, କିମ୍ବା କେନ୍ଦ୍ର ସରକାର, କିମ୍ବା ଦେଶର ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କର ନିୟମିତ କିମ୍ବା ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଯୋଜନାର ସୁବିଧା ପାଇପାରିବେ ନାହିଁ । କ୍ଷେତ୍ରର ଉପକ୍ରମ, ବୈଧାନିକ ବୋର୍ଡ, ନିଗମ, କମିଶନ, କମିଟି, ନିର୍ଦ୍ଦେଶାଳୟ, ସମବାୟ ପ୍ରତିଷ୍ଠାନ କିମ୍ବା ଟ୍ରିବ୍ୟୁନାଲର ନିୟମିତ କିମ୍ବା ଅବସରପ୍ରାପ୍ତ କର୍ମଚାରୀ ଏବଂ ପେନସନ ପାଉଥିବା ଲୋକ ଏହି ଯୋଜନାରୁ ବାଦ ପଡ଼ିବେ । ପୂର୍ବ ଆର୍ଥିକ ବର୍ଷରେ ଆୟକର ଦେଇଥିବା ମହିଳା, ବର୍ତ୍ତମାନର କିମ୍ବା ପୂର୍ବତନ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଏବଂ ବର୍ତ୍ତମାନର ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କ ପତ୍ନୀଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯିବ ।

    ଅନ୍ୟପଟେ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ଫାଇନାନ୍ସସିଆଲ ଲାଭକାରୀ ଏବଂ ହାଇ ଲେବଲ ଇମ୍ପ୍ଲିମେଣ୍ଟେସନ୍ କମିଟି ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସମୟରେ ଏବଂ ଫ୍ରିକ୍ୟେନ୍ସି ଆଧାରରେ ହିତାଧିକାରୀମାନଙ୍କୁ ଆର୍ଥିକ ଲାଭ ପ୍ରଦାନ କରାଯିବ। ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ଆଧାର ସହିତ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । ଏହି ଯୋଜନା ସମସ୍ତ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ମାଗଣା ହେବ ଏବଂ କୌଣସି ହିତାଧିକାରୀଙ୍କଠାରୁ ଫିସ୍ ନିଆଯିବ ନାହିଁ । ଏହି ଯୋଜନା ସାମାଜିକ ସୁରକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ