Friday, March 27, 2026
31.5 C
Odisha

    ଇରାନ ଉପରେ ଆକ୍ରମଣ ବନ୍ଦ, ୧୦ ଦିନ ପାଇଁ ସ୍ଥଗିତ ରଖିଲା ଆମେରିକା

    ଆଗକୁ ପଢନ୍ତୁ

    ଇରାନ ଉପରେ ଆକ୍ରମଣ ବନ୍ଦ । ୧୦ ଦିନ ପାଇଁ ଟ୍ରମ୍ପଙ୍କ ଯୁଦ୍ଧବିରତି । ଇରାନ ଉପରେ ୧୦ ଦିନ ପାଇଁ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା । ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ପେଣ୍ଟାଗନ । ଇରାନ ସହ ଆଲୋଚନା ଭଲ ଚାଲିଛି । ଇରାନର ଅନୁରୋଧରେ ଏହି ଆକ୍ରମଣ ସ୍ଥଗିତ ରଖାଯାଇଥିବା ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୧୦ ଦିନିଆ ଯୁଦ୍ଧବିରତି ଯୋଗୁଁ ଆଲୋଚନା ପାଇଁ ସମୟ ମିଳିବ ବୋଲି ଟ୍ରମ୍ପଙ୍କ ଦାବି । ଏନେଇ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଟ୍ରୁଥରେ ସୂଚନା ଦେଇଛନ୍ତି ।

    କହିଛନ୍ତି, ଏପ୍ରିଲ ୬ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି ଜାରି ରହିବ । ତେବେ ଏହା ସମ୍ପୂର୍ଣ୍ଣ ଯୁଦ୍ଧବିରତି ବା ଅସ୍ଥାୟୀ ଭାବେ ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଏହାକୁ ଖଣ୍ଡନ କରି ମିଛ ବୋଲି କହିଛି ଇରାନ । କୌଣସି ଆଲୋଚନା ହୋଇନି କିମ୍ବା ଆମେ କୋଣସି ଅନୁରୋଧ କରିନୁ ବୋଲି ସ୍ପଷ୍ଟ ଭାବେ କହିଛି ଇରାନ । ଏହା ପୂର୍ବରୁ ମଧ୍ୟ ଗତ ସୋମବାର ଦିନ ୫ ଦିନିଆ ଯୁଦ୍ଧବିରତି ବୋଲି କହିଥିଲେ ଟ୍ରମ୍ପ । ସେତେବେଳେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା ଇରାନ ।

    ଗତକାଲି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନ ତାଙ୍କୁ ସର୍ବୋଚ୍ଚ ନେତା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ଏଥିପାଇଁ ଧନ୍ୟବାଦ କହି ମନା କରିଦେଇଥିଲେ । ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ ଦୁଇ ଦେଶ ଭିତରେ ଆଲୋଚନା ଚାଲିଛି ଓ ଇରାନ ବୁଝାମଣା କରିବାକୁ ଚାହୁଁଛି । କିନ୍ତୁ ଇରାନ ଏହି ଦାବିକୁ ଖଣ୍ଡନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ