Tuesday, October 13, 2026
22.2 C
Odisha

    ଉଡ଼ାଣ ପୂର୍ବରୁ ବିମାନର ଜରୁରୀକାଳିନ ଦ୍ବାର ଖୋଲିଦେଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯାତ୍ରୀମାନେ ବସିବା ପରେ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଥିଲା ବିମାନ। ସମସ୍ତଙ୍କୁ ସବୁ ନିୟମ ବୁଝାଇବା ପରେ ଯେତେବେଳେ ବିମାନ ଉଡ଼ାଣ କରିବାକୁ ବାହାରିଥିଲା ସେତେବେଳେ ଜଣେ ଯାତ୍ରୀ ଜରୁରୀକାଳିନ ଦ୍ବାର ଖୋଲି ଦେଇଥିବା ଜଣାପଡ଼ିଛି। ରାଜସ୍ଥାନର ଯୋଧପୁରରେ ଘଟିଛି ଏଭଳି ଘଟଣା।

    ଆଜି ସକାଳେ ରାଜସ୍ଥାନର ଯୋଧପୁରରୁ ଏକ ଇଣ୍ଡିଗୋ ବିମାନ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଥିଲା। ସମସ୍ତ ଯାତ୍ରୀ ବିମାନରେ ଚଢ଼ିଥିଲେ ଏବଂ କ୍ୟାବିନ କ୍ରୁ ବିମାନ ସୁରକ୍ଷା ବିଷୟରେ କହିବା ଆରମ୍ଭ କରିଥିଲେ। ସକାଳ ୧୦.୧୦ରେ ଉଡ଼ାଣ ଆରମ୍ଭ ହେବା ବୋଲି ସ୍ଥିର ହୋଇଥିଲା। କିନ୍ତୁ, ହଠାତ୍, ଜଣେ ଯାତ୍ରୀ ଫ୍ଲାପ୍ ଟାଣି ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେଇଥିଲେ।

    ଏହି ଘଟଣା ବିମାନ ଭିତରେ ଉତ୍ତେଜନା ସୃଷ୍ଟି କରିଥିଲା । ପରେ ଯାତ୍ରୀଙ୍କୁ ଉଡ଼ାଣ କରିବାକୁ ଅନୁମତି ଦିଆନଯାଇ ତାଙ୍କୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ଯାତ୍ରୀଙ୍କ ନାମ ସିରଜ କିଡୱାଇ। ସେ ଆକ୍ସିସ୍ ବ୍ୟାଙ୍କରେ କାମ କରନ୍ତି। କୁହାଯାଉଛି ଯେ ଗିରଫ ହେବା ପରେ ଭୁଲବଶତଃ ଏଭଳି କରିଦେଇଥିବା କହିଛନ୍ତି ସିରଜ।

    ତେବେ ଏହି ଘଟଣା ପାଇଁ ବିମାନ ୨୦ମିନିଟ ବିଳମ୍ବରେ ଉଡ଼ିଥିବା ସାମ୍ନାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.2 ° C
    22.2 °
    22.2 °
    80 %
    1.2kmh
    23 %
    Mon
    22 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ