Sunday, March 29, 2026
39.2 C
Odisha

    ଉଷା ପାଢ଼ୀଙ୍କ ସହ ୪ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା: ହାଜର କରାଇବାକୁ ପୁଲିସକୁ ନିର୍ଦେଶ

    ଆଗକୁ ପଢନ୍ତୁ

    କଟକ : ଏକ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ଓଡିଶା ପୌର ପ୍ରଶାସନ ନିର୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ସ୍ବତନ୍ତ୍ର ସଚିବ ତଥା ନିର୍ଦେଶକ ସୁଶାନ୍ତ କୁମାର ମିଶ୍ର, ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ କର୍ତ୍ତୃପକ୍ଷ ତଥା ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କୁ ଆସନ୍ତା ୩୦ ତାରିଖ ୧୦.୩୦ ମିନିଟ ସମୟରେ ହାଇକୋର୍ଟରେ ହାଜର କରାଇବା ପାଇଁ ପୁଲିସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। କାହିଁକି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇ ନାହିଁ ସେ ସମ୍ପର୍କରେ ଜବାବ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି। ଜଷ୍ଠିସ ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁ ମାମଲାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି।

    ପିଲୋନା ମହାନ୍ତି ନାମ୍ନୀ ମହିଳା ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ଡି.ଏଲ.ଆର୍ (ଦୈନିକ ମଜୁରୀ) ଭାବେ ଆଠଗଡ଼ ସ୍ପେଶାଲ୍ ପ୍ଲାନିଂ ଅଥରିଟି ଅଫିସରେ ଯୋଗ ଦେଇଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶକ୍ରମେ କେତେକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ଗୃହ ଓ ନଗର ଉନ୍ନୟନ ସଚିବଙ୍କ ନିକଟକୁ ପଠାଯାଇଥିଲା ବେଳେ ଆବେଦନକାରିଣୀଙ୍କୁ ଛଡା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନିୟମିତ କରାଯାଇଥିଲା। ପରେ ଆବେଦନକାରିଣୀ ଜାଣିବାକୁ ପାଇଲେ ଯେ ତାଙ୍କୁ ଚାକିରିରୁ ଅନ୍ତର କରାଯାଇଛି। ଆବେଦନକାରିଣୀଙ୍କୁ ପୁନଃନିଯୁକ୍ତି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଆଦେଶ ଜାରି କରାଯାଇଥିଲା। ହେଲେ ଏହାକୁ ସରକାରଙ୍କ ପକ୍ଷରୁ ଖାରଜ କରିଦିଆଯାଇଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

    ହାଇକୋର୍ଟ ଆବେଦନକାରିଣୀଙ୍କ ଲିଖିତ ଆବେଦନପତ୍ରର ବିଚାର ତିନି ମାସ ମଧ୍ୟରେ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଗୃହ ଓ ନଗର ଉନ୍ନୟନ ସଚିବ ଆବେଦନକାରିଣୀଙ୍କ ଆବେଦନପତ୍ରକୁ ରଦ୍ଦ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ଆବେଦନକାରିଣୀ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣିକିଆ ପୀଠ ଆବେଦନକାରିଣୀଙ୍କୁ ଏକ ମାସ ମଧ୍ୟରେ ନିୟମିତ କରି ଚାକିରି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ଏକ ରିଟ୍ ଅପିଲ୍ ରୁଜୁ କରାଯାଇଥିଲା। ଏହି ମାମଲାର ବିଚାର କରି ହାଇକୋର୍ଟ ରିଟ୍ ଅପିଲକୁ ଖାରଜ କରି ୮ ସପ୍ତାହ ମଧ୍ୟରେ ପୂର୍ବରୁ ହାଇକୋର୍ଟଙ୍କ ଜଣିକିଆ ପୀଠ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ; କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ ନ କରିବାରୁ ଆବେଦନକାରିଣୀ ପୁଣି ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ, ବିଭୁତି ରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ