Monday, October 19, 2026
23.2 C
Odisha

    ଏଚ୍‌ଏମ୍‌ପିଭି ଆତଙ୍କ: ଚୀନ୍‌ରେ ଫେରିଲା ମାସ୍କ୍, କରୋନାଠୁ ବେଶୀ ବିପଜ୍ଜନକ

    ଆଗକୁ ପଢନ୍ତୁ

    ବେଜିଂ: ଚୀନ୍‌ରେ ଏଚ୍‌ଏମ୍‌ପିଭି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି। ଏହାର ସଂକ୍ରମଣରେ ବୃଦ୍ଧି ଘଟୁଥିବା ଦୃଷ୍ଟିରୁ ଚୀନ୍‌ର ଅନେକ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହି ଭୂତାଣୁ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଚୀନ୍‌ର ଅନେକ କ୍ଷେତ୍ରରେ ପରିସ୍ଥିତି ବିଗିଡି ଯାଇଛି। ପୁଣି ଥରେ ଦେଶରେ ମାସ୍କ୍‌ର ଯୁଗ ଫେରି ଆସିଛି। ହଜାର ହଜାର ଲୋକ ଏହି ଭୂତାଣୁ ନିକଟରେ ଅସୁରକ୍ଷିତ ମନେ କରୁଛନ୍ତି। ବୃଦ୍ଧ ଏବଂ ଶିଶୁମାନଙ୍କ ମଧ୍ୟରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି।

    ଏହି ଭୂତାଣୁ ଉତ୍ତର ଚୀନରେ ଦ୍ରୁତ ଗତିରେ ବ୍ୟାପିଛି। ଦେଶର ଅନେକ ରାଜ୍ୟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି। ଭାଇରୋଲୋଜି ବିଶେଷଜ୍ଞ ଡକ୍ଟର ଲିନ ଜିଆଜୁ କହିଛନ୍ତି ଯେ, ଏକଦା ସାମାନ୍ୟ ଶ୍ବାସକ୍ରିୟା ରୋଗର ଏକ ସାଧାରଣ କାରଣ ଥିବା ଏଚ୍‌ଏମ୍‌ପିଭି  ଭୂତାଣୁ ବର୍ତ୍ତମାନ ଚୀନ୍‌ରେ ଗୁରୁତର ମାମଲା ଓ ମୃତ୍ୟୁ ଘଟାଉଛି। ଏହି ବୃଦ୍ଧି ବୋଧହୁଏ ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତାର ଦ୍ରୁତ ହ୍ରାସ ଯୋଗୁ ଘଟୁଥିବା ଅନୁମାନ କରାଯାଉଛି। ଏହି ଭୂତାଣୁ ବର୍ତ୍ତମାନ ଚୀନ୍ ଠାରୁ ବିଶ୍ବର ଅନ୍ୟ ଦେଶକୁ ବ୍ୟାପିବା ଆରମ୍ଭ କରିଛି।

    ସ୍ୱାଇନ୍ ଫ୍ଲୁ ଇଂଲଣ୍ଡରେ ଶୀଘ୍ର ବ୍ୟାପିଛି। ଡାକ୍ତରଖାନାରେ ଫ୍ଲୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସମସ୍ତ ରୋଗୀଙ୍କ ଶ୍ବାସକ୍ରିୟା ରୋଗ ହୋଇଥିବା ଜଣାପଡ଼ିଛି। ଗୋଟିଏ ମାସରେ ରୋଗୀଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି। ସ୍ୱାଇନ୍ ଫ୍ଲୁ ସମ୍ପର୍କରେ ଏନ୍‌ଏଚ୍‌ଏସ୍‌ ଚେତାବନୀ ଦେଇଛି। ଖ୍ରୀଷ୍ଟମାସ ଦିନ ୪୧୦୨ ଫ୍ଲୁ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ଚାରି ଦିନ ପୂର୍ବରୁ ଡିସେମ୍ବର ୨୯ ରେ ଏଭଳି ରୋଗୀଙ୍କ ସଂଖ୍ୟା ୫୦୭୪ ଥିଲା। ଡାକ୍ତରଖାନାଗୁଡ଼ିକରେ ହାରାହାରି ରୋଗୀଙ୍କ ସଂଖ୍ୟା ୪୪୬୯ ରହିଛି।

    ଏଚ୍‌ଏମ୍‌ପିଭି ଭୂତାଣୁ ହଂକଂରେ ପହଞ୍ଚିଛି। ହଂକଂର ଡାକ୍ତରଖାନା ବାହାରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଶ୍ବାସକ୍ରିୟା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଏହି ଭୂତାଣୁ ଦ୍ୱାରା ଶିଶୁ ଏବଂ ବୃଦ୍ଧମାନେ ଅଧିକ ପ୍ରଭାବିତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ