Tuesday, March 24, 2026
29.2 C
Odisha

    ଏଣିକି ରାତିବେଳା ବି ହେବ ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅସ୍ତ୍ରୋପଚାର ପାଇଁ ଏଣିକି ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ରାତିରେ ହିଁ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ ହେବ। ଅସ୍ତ୍ରୋପଚାର ସହ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ପରୀକ୍ଷାନିରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହେବ। କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ରାତ୍ରକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ଅସ୍ତ୍ରୋପଚାର ଗୃହ ପରିଚାଳନା ପାଇଁ ତିନିଟି ସିଫ୍ଟରେ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନିୟୋଜିତ ହେବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତିବେଳା ଅସ୍ତ୍ରୋପଚାର ହୋଇପାରୁଛି। କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ହେଉଛି। ଅଧିକାଂଶ ମାମଲାରେ ସକାଳୁ ଅସ୍ତ୍ରୋପଚାର ହୋଇପାରୁନାହିଁ। ଆରମ୍ଭ ହେବା ବେଳକୁ ପୂର୍ବାହ୍ନ ହୋଇଯାଉଛି। ତେବେ ରାଜଧାନୀର ମୁଖ୍ୟ ଡାକ୍ତରଖାନା ରୋଗୀ ଅବା ଆହତଙ୍କର ଜୀବନ ରକ୍ଷା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୫ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଶତାଧିକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ପହଞ୍ଚିଥାନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥାଏ। ଆଉ ଯଦି ରାତିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀ ଆସନ୍ତି, ତା’ହେଲେ ବଡ଼ ଡାକ୍ତରଖାନାକୁ ରେଫର୍‌ କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ଏହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହେବାର ଆଶଙ୍କା ରହିଥାଏ। ସେହିପରି ଅନ୍ୟ ଉପାୟ ନପାଇ ଅନେକ ରୋଗୀ ଅବା ଆହତ ଘରୋଇ ଡାକ୍ତରଖାନା ଯିବାକୁ ବାଧ୍ୟ ହୋଇଥା’ନ୍ତି। ତେବେ ରାତି ସମୟରେ ଅସ୍ତ୍ରୋପଚାର ଆରମ୍ଭ ହେଲେ ରୋଗୀଙ୍କ ଜୀବନ ରକ୍ଷା ହେବ ଆଉ ମେଡିକାଲ କଲେଜ ଉପରୁ ଭାର ହ୍ରାସ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ