Thursday, October 8, 2026
29.4 C
Odisha

    ଏନଡିଏ ଶାସିତ ରାଜ୍ୟରେ କାର୍ଯ୍ୟକାରୀ ହେବ ; ‘ଏକ ଦେଶ ଏକ ନିର୍ବାଚନ’ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଉପରେ ସଂସଦର ମିଳିତ କମିଟି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଯୋଗାଯୋଗରେ ରହିଛି। ଏ ନେଇ ଆଲୋଚନା ମଧ୍ୟ ଜାରି ରହିଛି। ମାତ୍ର ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ବିରୋଧ କରୁଛନ୍ତି। ଏହାକୁ ଦେଖି ଏନଡିଏ ବଡ଼ ଯୋଜନା କରୁଛି। ଏନଡିଏ ବହୁମତ ଥିବା ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୯ରୁ ୨୦୩୪ ପର୍ଯ୍ୟନ୍ତ ଏକକାଳୀନ ଆଗୁଆ ନିର୍ବାଚନ କରାଇବାର ସମ୍ଭାବନା ଖୋଜୁଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ବିଧାନସଭା ଭଙ୍ଗ କରିବାକୁ ବିଚାର କରାଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏନଡିଏ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରୁ ୧୧ଟିରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି। ଚାରୋଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଓ ଓଡ଼ିଶାରେ ଏକ ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅନ୍ୟପଟେ ୨୦୩୪ରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା
    ପାଇଁ ଏକ ଦେଶ ଏକ ନିର୍ବାଚନ କମିଟି ପ୍ରୟାସ ଜାରି ରଖିଛି। ଏ ନେଇ ରାଜ୍ୟ ସରକାର, ବିଧାନସଭା, ଶିକ୍ଷାନୁଷ୍ଠାନ, ଆଇନଗତ ଦିଗ ଓ ଉଦ୍ୟୋଗ ସହିତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ରାଜ୍ୟ ଗସ୍ତ କରୁଛନ୍ତି। ଚଳିତ ବର୍ଷ ଶୀତ ଅଧିବେଶନରେ ଏହି କମିଟି ନିଜ ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି।
    ସୂତ୍ରରୁ ମିିଳିଥିବା ସୂଚନା ଅନୁଯାୟୀ, ଯେଉଁ ରାଜ୍ୟରେ ଏନଡିଏ ପୁଣି କ୍ଷମତାକୁ ଫେରିବ ବୋଲି ଧରାଯିବ ସେଠାରେ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ବିଧାନସଭା ଭଙ୍ଗ କରି ଦିଆଯିବ। ଏହାର ୬ ମାସ ମଧ୍ୟରେ ନିର୍ବାଚନ କମିସନ ମତଦାନ କରାଇବେ। ଏକ ଦେଶ ଏକ ନିର୍ବାଚନ ବିଲ୍‌ରେ ଲୋକସଭା ପରେ ଅନ୍ୟ ସବୁ ନିର୍ବାଚନ କରାଇବାର ନିୟମ ରହିଛି। ଧାର୍ଯ୍ୟ ସମୟ ପୂର୍ବରୁ ଏକାସଙ୍ଗେ ନିର୍ବାଚନ ହୋଇପାରିବ କି ନାହିଁ ପଚରାଯିବାରୁ କମିଟି ଅଧ୍ୟକ୍ଷ ପିପି ଚୌଧୁରୀ କହିଥିଲେ ଯେ ଏହା ଉପରେ ଏନଡିଏ ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି ନେବେ। ଏହି ପ୍ରସଙ୍ଗ କମିଟିର କାର୍ଯ୍ୟାଦେଶ ବାହାରେ। ତେବେ ପୂର୍ବରୁ କିଛି ବିଜେପି ମୁଖ୍ୟମନ୍ତ୍ରୀ ଏ ନେଇ ସହମତି ପ୍ରକାଶ କରି ସାରିଛନ୍ତି। ସଂସଦର ଯୁଗ୍ମ କମିଟିକୁ ଭେଟିବା ପରେ ଗୋଆ, ଉତ୍ତରାଖଣ୍ଡ, ହରିୟାଣା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକକାଳୀନ ନିର୍ବାଚନକୁ ସମର୍ଥନ ଦେଇଥିଲେ।
    ଯଦି ଏନଡିଏ ୨୦୨୯ ଲୋକସଭା ନିର୍ବାଚନ ସମୟରେ ବିଧାନସଭା ଭଙ୍ଗ କରେ, ତେବେ ଗୋଆ, ଗୁଜରାଟ, ମଣିପୁର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ୩ ବର୍ଷ ଆଗରୁ ସରକାର ଭାଙ୍ଗିବାକୁ ପଡ଼ିବ। ସେହିପରି ଛତିଶଗଡ଼, ମଧ୍ୟପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ରାଜସ୍ଥାନ ଓ ତ୍ରିପୁରାରେ ୪ ବର୍ଷ ପୂର୍ବରୁ ବିଧାନସଭା ଭଙ୍ଗ କରିବାକୁ ହେବ। ଏହି ସବୁ ରାଜ୍ୟରେ ୨୦୨୭ ଓ ୨୦୨୮ରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହା ବ୍ୟତୀତ ୨୦୨୭ରେ ବିରୋଧୀ ଶାସିତ ପଞ୍ଜାବ ଓ ୨୦୨୮ରେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମିଜୋରାମ, ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ଯଦି ୨୦୨୯ରେ ଏକା ସଙ୍ଗେ ନିର୍ବାଚନ କରାଯାଏ ତେବେ ଏହି ରାଜ୍ୟଗୁଡ଼ିକ ତିନିରୁ ଚାରି ବର୍ଷ କାର୍ଯ୍ୟକାଳ ହରାଇବେ। ଏଭଳି ସ୍ଥିତିରେ ସରକାର ଓ ବିରୋଧୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ