Monday, April 13, 2026
40.3 C
Odisha

    ଏପ୍ରିଲ ୧୨ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେପିର ଜାତୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଦୂର କାର୍ଯ୍ୟକର୍ତ୍ତାମାନଙ୍କର ମାର୍ଗଦର୍ଶନ କରିବେ। ବହୁ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦଳ ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ, ତୃଣମୂଳ ସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯିବ, ସରକାରଙ୍କ ସଫଳତାର ପ୍ରଚାର ପ୍ରସାର ଦିଗରେ ଦଳର ଭୂମିକା କ’ଣ ରହିବ, ସେ ନେଇ ସେ ରୋଡ ମ୍ପ୍ୟା ପ୍ରସ୍ତୁତ କରିପାରନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା ବେଳେ ସଭାପତି କି ଆଭିମୁଖ୍ୟ ଦେଖାଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏଣେ ଆସନ୍ତା ମାସ ୧୪ ତାରିଖ ପରେ ବିଜେପିର ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହୋଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.3 ° C
    40.3 °
    40.3 °
    12 %
    4.5kmh
    0 %
    Mon
    41 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ