Monday, October 20, 2025
22.2 C
Odisha

    ଏଫଆଇଭିବିର ସଭାପତି ଫାବିଓ ଆଜେଭେଦୋଙ୍କ କିଟ୍‍-କିସ୍‍ ପରିଦର୍ଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅନ୍ତର୍ଜାତୀୟ ଭଲିବଲ ସଂଘ- ଏଫଆଇଭିବିର ସଭାପତି ଫାବିଓ ଆଜେଭେଦୋ ଆଜି କିଟ୍‍-କିସ୍‍ ଅନ୍ତର୍ଜାତୀୟ ଭେଲୋଡ୍ରମ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ ଭେଲୋଡ୍ରମରେ ସାଇକଲ ଚଳାଇଥିଲେ । ଏହା ସହ ଉପସ୍ଥିତ ସାଇକଲ ଚାଳକମାନଙ୍କୁ ଉତ୍ସାହିତ କରି ଭବିଷ୍ୟତରେ ଅନ୍ତର୍ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ଏଠାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

    ଉପସ୍ଥିତ ସାଇକଲ ଚାଳକମାନଙ୍କ ସହ ଭାବ ବିନିୟମ କରି ଫାବିଓ କହିଲେ କ୍ରୀଡ଼ା ଏକ ସ୍ୱପ୍ନ । କିସ୍‍ ଛାତ୍ରଛାତ୍ରୀମାନେ ସବୁବେଳେ ବଡ଼ ସ୍ୱପ୍ନ ଦେଖିବା ସହ ନିଜ ଉପରେ ବିଶ୍ୱାସ ରଖିବା ଉଚିତ । ସ୍ୱପ୍ନ ଦେଖି ନିଜ ଉପରେ ବିଶ୍ୱାସ ରଖିଲେ ଭବିଷ୍ୟତରେ ଅଲିମ୍ପିକ୍‍ସରେ ସଫଳତା ଲାଭ କରିପାରିବ । ଏହା ହିଁ ପ୍ରତିଷ୍ଠାତା ଡ. ସାମନ୍ତ ତୁମମାନଙ୍କୁ ସବୁବେଳେ କହିଆସୁଛନ୍ତି ବୋଲି ଫାବିଓ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.2 ° C
    22.2 °
    22.2 °
    96 %
    0.9kmh
    20 %
    Mon
    27 °
    Tue
    29 °
    Wed
    29 °
    Thu
    29 °
    Fri
    25 °

    ସମ୍ବନ୍ଧିତ