Monday, October 5, 2026
29.1 C
Odisha

    ବିଜେଡିର ସଂସଦୀୟ ଦଳ ବୈଠକ, ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ବିଜେଡିର ସଂସଦୀୟ ଦଳ ବୈଠକ । ସଂସଦର ବଜେଟ ଅଧିବେଶନ ପୂର୍ବରୁ ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

    ବୈଠକରେ ମୁଖ୍ୟତଃ ଏକକ ନିର୍ବାଚନ ବିଲ, ୱାକଫ ଆମେଣ୍ଡମେଣ୍ଟ ବିଲ, ରାଜ୍ୟକୁ ସ୍ପେଶାଲ କ୍ୟାଟାଗୋରୀ ଷ୍ଟାଟସ, ପୁରୀ ଗ୍ରୀନ ଫିଲଡ ଏୟାରପୋର୍ଟ, ଇଷ୍ଟକୋଷ୍ଟ ରେଲୱେରୁ ୱାଲଟିୟର ଡିଭିଜନ ଅଲଗା ହେବା, ରାଜ୍ୟରେ ଟେଲି ଡେନସିଟି ସହ ଅଧିକ ସଂଖ୍ୟାରେ ବ୍ୟାଙ୍କ ସ୍ଥାପନ ଉପରେ ଆଲୋଚନା ହୋଇପାରେ । ପୂର୍ବରୁ ୱାନ ନେସନ, ୱାନ ଇଲେକ୍ସନ ବିଲ ଓ ୱାକଫ ଆମେଣ୍ଡମେଣ୍ଟ ବିଲକୁ ଓଡ଼ିଶା ବିରୋଧ କରିଛି । ସଂସଦରେ ଏହି ପ୍ରସଙ୍ଗ ବିଜେଡି ସାଂସଦମାନେ ଉତଥାପନ କରିବେ ।

    ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲକୁ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟି-ଜେପିସିକୁ ପଠାଯାଇଛି । ଏଥିରେ ଲୋକସଭାରୁ ୨୭ ସାଂସଦ ଅଛନ୍ତି  । ଜେପିସିରେ ରାଜ୍ୟସଭାରୁ ୧୨ ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ବିଜେଡିର ମାନସ ମଙ୍ଗରାଜ । ପୂର୍ବରୁ ୱାନ୍ ନେସନ, ୱାନ ଇଲେକ୍ସନକୁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧ କରି ବିଧାନସଭାର ଶୀତ ଅଧିବେଶନରେ ଏକ ସଂକଳ୍ପ ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ