Monday, June 16, 2025
26.7 C
Odisha

ଏଭଳି ଘରୋଇ ଉପଚାର କଲେ ଛାଡ଼ିହେବ ମଦ !

ଆଗକୁ ପଢନ୍ତୁ

ମଦ ପିଇବା ଶରୀର ପାଇଁ ଆଦୌ ହିତକର ନୁହେଁ ବୋଲି ଆମେ ସମସ୍ତେ ଜାଣିଥାଉ | କିନ୍ତୁ ଯାହାକୁ ମଦ ପିଇବାର ନିଶା ଲାଗିଯାଇଥାଏ ସେମାନେ ଏହାକୁ ସହଜରେ ଛାଡିପାରନ୍ତି ନାହିଁ | ମଦ ପିଇବା ଦ୍ୱାରା କିଡ଼ନୀ ସହ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଉପରେ ଏହାର ହାନିକାରକ ପ୍ରଭାବ ପଡିଥାଏ | ଏହି କୁଅଭ୍ୟାସକୁ ଛାଡିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବାବଦରେ କହିବୁ ଯାହାକି ଆପଣଙ୍କୁ ମଦ ପିଇବାରୁ ଦୂରେଇବାରେ ସହାୟକ ହୋଇପାରିବ |
ଦୃଢ ଇଛାଶକ୍ତି ଏହି କୁଅଭ୍ୟାସକୁ ଦୂରେଇବାକୁ ହେଲେ ପ୍ରଥମେ ନିଜ ଖାଦ୍ୟପେୟ ଓ ମନ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ |

ଗାଜର ରସ
ବଜାରରେ ମିଳୁଥିବା ଗାଜର ରସ ବା ଗାଜର ଜୁସ କରି ପିଇବା ଦ୍ୱାରା ନିୟମିତ ମଦ ପିଇବା ଇଛାଶକ୍ତି କମ ହେବାକୁ ଲାଗିଥାଏ |

ଖିସମିସ
ଯଦି କେବେ ଆପଣଙ୍କ ମଦ ପିଇବାକୁ ଇଚ୍ଛା ହେବ ୨ରୁ ୪ଟି ଖିସମିସ ଧୀରେ ଧୀରେ ଚୋବାନ୍ତୁ | ଏହା ଦ୍ୱାରା ମଦ ପିଇବାକୁ ହେଉଥିବା ଇଚ୍ଛା ଅଧା ହେବାକୁ ଲାଗିଥାଏ | ଏଭଳି ନିୟମିତ କରିବା ଦ୍ୱାରା ମଦ ପିଇବାର ଇଚ୍ଛା ଶକ୍ତି କମିବାରେ ଲାଗିଥାଏ |

ତୁଳସୀ ପତ୍ର
ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ତୁଳସୀ ପତ୍ର ଖାଇବା ଦ୍ୱାରା ମଦ ପିଇବାକୁ ଇଚ୍ଛା କମ ହେବାରେ ଲାଗିଥାଏ | ଏହା ସହ ଶରୀରରେ ଥିବା ଦୂଷିତ ପଦାର୍ଥ ବାହାରିଯାଇଥାଏ |
କଲରା ପତ୍ର ରସ
କଲରା ପତ୍ରର ରସ ମଧ୍ୟ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ | ଏହାର ସେବନ କରିବା ଦ୍ୱାରା ମଦ ପିଇବାକୁ ଇଚ୍ଛା ମଧ୍ୟ ହୋଇନଥାଏ |

ଅଦା ରସ
ମହୁରେ କିଛି ଅଦା ରସ ମିଶି ପିଇବା ଦ୍ୱାରା ମଦ ପିଇବାର ଆସକ୍ତିରୁ ମୁକ୍ତି ମିଳିଥାଏ | ଏହି ମିଶ୍ରଣକୁ ନିୟମିତ ନେଲେ ମଦ ପିଇବାକୁ ଇଚ୍ଛା ହୋଇନଥାଏ |

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.7 ° C
26.7 °
26.7 °
80 %
2kmh
98 %
Mon
26 °
Tue
26 °
Wed
25 °
Thu
26 °
Fri
32 °

ସମ୍ବନ୍ଧିତ