Monday, February 24, 2025
17.8 C
Odisha

    ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ସେମି ଫାଇନାଲରେ ପହଞ୍ଚିଲା ଭାରତ

    ଆଗକୁ ପଢନ୍ତୁ

    ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ପ୍ରବେଶ କରିଛି ଭାରତ । ଆଜିର ମ୍ୟାଚରେ ପ୍ରତିପକ୍ଷ ଥାଇଲାଣ୍ଡକୁ ୧୩-୦ ଗୋଲ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍ । ବିହାରର ରାଜଗୀରରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଦୀପିକା ଜୁନିୟର ୫ଟି ଗୋଲ ସ୍କୋର କରିବା ସହ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ବିବେଚିତ ହୋଇଥିଲେ । ସେହିପରି ଲାଲରେମସିୟାମୀ, ମନୀଷା ଚୌହାନ, ବ୍ୟୁଟି ଡୁଙ୍ଗଡୁଙ୍ଗ ଓ ପ୍ରୀତିଦୁବେ ପ୍ରତ୍ୟେକେ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ ।
    ଆସନ୍ତା ୧୬ ତାରିଖରେ ଭାରତ ତା’ର ଚତୁର୍ଥ ମ୍ୟାଚରେ ଚୀନକୁ ଭେଟିବ । ଏହା ମଧ୍ୟରେ ଉଭୟ ଭାରତ ଓ ଚୀନ ଉଭୟେ ୩ଟି ଲେଖାଏଁ ମ୍ୟାଚ ଜିତିସାରିଛନ୍ତି । ତେବେ ଗୋଲ ବ୍ୟବଧାନ କାରଣରୁ ଚୀନ ଟପରେ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଚୀନ, ଜାପାନ, ମାଲେସିଆ, ଥାଇଲାଣ୍ଡ ଓ କୋରିଆ ଅଂଶଗ୍ରହଣ କରୁଛନ୍ତି । ଭାରତ ତା’ର ପ୍ରଥମ ମ୍ୟାଚରେ ମାଲେସିଆକୁ ୪-୦ରେ ଓ ଦ୍ୱିତୀୟ ମ୍ୟାଚରେ କୋରିଆ ବିପକ୍ଷରେ ୩-୨ରେ ବିଜୟୀ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.8 ° C
    17.8 °
    17.8 °
    33 %
    1.1kmh
    0 %
    Mon
    33 °
    Tue
    34 °
    Wed
    35 °
    Thu
    36 °
    Fri
    37 °

    ସମ୍ବନ୍ଧିତ