Wednesday, March 5, 2025
29.1 C
Odisha

    ଏହିସବୁ ଉପାୟରେ ଡାଏଟରେ ସାମିଲ କରନ୍ତୁ କ୍ରାନବେରୀ, ମିଳିବ ଅନେକ ସ୍ୱାସ୍ଥ୍ୟଲାଭ

    ଆଗକୁ ପଢନ୍ତୁ

    ଆମ ସ୍ୱାସ୍ଥ୍ୟ ପାଇଁ ବେରି ବହୁତ ଲାଭଦାୟକ ହୋଇଥାଏ । ବେରି ଭିଟାମିନ୍ ସି ଏବଂ ଫୋଲିକ୍ ଏସିଡ୍ ର ଏକ ଉତ୍ତମ ଉତ୍ସ । ବେରିରେ ଆଣ୍ଟି-ଏଜିଂ ଉପାଦାନ ମଧ୍ୟ ମିଳିଥାଏ । ଷ୍ଟ୍ରବେରି, ବ୍ଲୁବେରି ଏବଂ କ୍ରାନବେରି ଭଳି ଅନେକ ବେରି ରହିଛି । ଯାହା ଆମ ଶରୀରକୁ ଖୁବ ପୋଷଣ ଯୋଗାଇଥାଏ । ଏହା ମଧ୍ୟରୁ କ୍ରାନବେରି ଅନ୍ୟତମ । କ୍ରାନବେରିରେ ଫ୍ଲାଭୋନଏଡ ଏବଂ ପଲିଫେନୋଲ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା ଅକ୍ସିଡେଟିଭ ଷ୍ଟ୍ରେସ ଏବଂ ଇନଫ୍ଲେମେସନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ତ୍ୱଚା ଓ କେଶ ପାଇଁ ମଧ୍ୟ ଖୁବ୍‌ ଉପକାରୀ ହୋଇଥାଏ କ୍ରାନବେରୀ । ଏକଥା ଆମେ କହୁନୁ ଏହା ଏକ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ଯେଉଁଥିରୁ ଜଣାପଡିଛି ଯେ ତ୍ୱଚା ଓ କେଶ ପାଇଁ କ୍ରାନବେରୀ ବରଦାନ ସ୍ୱରୂପ ହୋଇଥାଏ । ତେବେ ଆସନ୍ତୁ ଡାଏଟରେ କ୍ରାନବେରି ସାମିଲ କରିବାର କିଛି ଉପାୟ ବିଷୟରେ ଜାଣିବା ।

    କ୍ରାନବେରୀ ସାଲାଡ୍: ଏହି ସାଲାଡ଼ ପ୍ରସ୍ତୁତ କରିବା ପାଇଁ ଫ୍ରେସ କ୍ରାନବେରି ସହ କମଳା, ଆପଲ୍, ଏବଂ ଡାଳିମ୍ବ ପରି ଅନ୍ୟ ଫଳ ସବୁ ମିଶାଇ ଦିଅନ୍ତୁ । ମିଠା ହେବା ପାଇଁ ଅଳ୍ପ ବୁନ୍ଦା ମହୁ କିମ୍ବା ମ୍ୟାପଲ ସିରପ୍ ମିଶାନ୍ତୁ ଏବଂ ଏହି ସାଲାଡ଼କୁ ଅଧିକ କ୍ରଞ୍ଚି କରିବା ପାଇଁ ଏହା ଉପରେ ବାଦାମ ମଧ୍ୟ ପକାଇପାରିବେ ।

    କ୍ରାନବେରୀ ସସ୍: ତାଜା କ୍ରାନବେରି, କମଳା ରସ ଏବଂ ଅଳ୍ପ ମହୁ କିମ୍ବା ଚିନି ବ୍ୟବହାର କରି ଆପଣ କ୍ରାନବେରୀ ସସ୍ ପ୍ରସ୍ତୁତ କରିପାରିବେ । ଓଟମିଲ, ଦହି କିମ୍ବା ଟୋଷ୍ଟ ପାଇଁ ଏହାକୁ ଏକ ଟପିଙ୍ଗ ଭାବରେ ବ୍ୟବହାର କରିପାରିବେ ।

    କ୍ରାନବେରୀ ଓଟମିଲ୍: ସକାଳେ ଜଳଖିଆ ପାଇଁ ଓଟମିଲରେ ଡାଲଚିନି, ଡ୍ରାଏଫ୍ରୁଟସ ଏବଂ କିଛି ବୁନ୍ଦା ମହୁ କିମ୍ବା ମ୍ୟାପଲ ସିରପ୍ ସହିତ କିଛି ଶୁଖିଲା କ୍ରାନବେରି ମିଶାଇ ଖାଇପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

    କ୍ରାନବେରୀ ଟ୍ରେଲ୍ ମିକ୍ସ: ଶୁଖିଲା କ୍ରାନବେରିକୁ ବାଦାମ, ସିଡ୍ସ ଏବଂ ଡାର୍କ ଚକୋଲେଟ୍ ଚିପ୍ସ ସହିତ ମିଶାଇ ଏକ ଟ୍ରେଲ୍ ପ୍ରସ୍ତୁତ କରି ଏହାକୁ ଖାଇପାରିବେ । ଏହା ଆପଣଙ୍କୁ ଦିନସାରା ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ ।

    କ୍ରାନବେରୀ ସ୍ମୁଦି: ଏକ ପୁଷ୍ଟିକର ଏବଂ ଟାଙ୍ଗୀ ସ୍ମୁଦି ପାଇଁ ବସା ଦହି, ପାଳଙ୍ଗ, କଦଳୀ ଏବଂ ଅଳ୍ପ ବାଦାମ କ୍ଷୀର ସହିତ ଫ୍ରେସ ଏବଂ ଫ୍ରିଜ୍ ହୋଇଥିବା କ୍ରାନବେରିକୁ ମିଶାଇ ଦିଅନ୍ତୁ । ଏହି ସ୍ମୁଦିକୁ ଅଧିକ ପୁଷ୍ଟିକର କରିବା ପାଇଁ ଆପଣ ଏଥିରେ ପ୍ରୋଟିନ୍ ପାଉଡର କିମ୍ବା ଚିଆ ସିଡ୍ସ ମଧ୍ୟ ମିଶାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    22 %
    3.8kmh
    47 %
    Wed
    34 °
    Thu
    34 °
    Fri
    36 °
    Sat
    38 °
    Sun
    39 °

    ସମ୍ବନ୍ଧିତ