Saturday, April 27, 2024
42.1 C
Odisha

    ଏହି ୪ ଗୁଣ ଥିବା ସ୍ତ୍ରୀଙ୍କ ଯୋଗୁଁ ବଦଳିଯାଏ ସ୍ୱାମୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା ସ୍ତ୍ରୀ-ପୁରୁଷ ସମ୍ବନ୍ଧକୁ ନେଇ ଅନେକ ଏଭଳି କଥା କହିଛନ୍ତି, ଯାହାକୁ ଆପଣାଇ ମନୁଷ୍ୟ ସୁଖମୟ ଜୀବନ ବିତାଇପାରିବ । ଆଜି ଚାଣକ୍ୟ ନୀତିରେ ପତ୍ନୀଙ୍କ ସେହି ଗୁଣ ବିଷୟରେ ଜାଣିବା । ଯାହାଙ୍କୁ ଏଭଳି ପତ୍ନୀ ମିଳିଥାନ୍ତି ସେ ବହୁତ୍ ଭାଗ୍ୟବାନ୍ ହୋଇଥାନ୍ତି ।

    ଧୈର୍ଯ୍ୟ: ବିପଦ ସମୟରେ ସ୍ତ୍ରୀ ଧୈର୍ଯ୍ୟର ସହ ଅସୁବିଧାର ସାମ୍ନା କରିଥନ୍ତି, ଏଭଳି ସ୍ତ୍ରୀଙ୍କ ପତି ବେଶ୍ ଭାଗ୍ୟଶାଳୀ କୁହାଯା’ନ୍ତି । ଧୈର୍ଯ୍ୟ ସୁଖୀ ଜୀବନର ସବୁଠୁ ବଡ଼ ଆଧାର ହୋଇଥାଏ । ଏହି କାରଣରୁ ବଡ଼ରୁ ବଡ଼ ମୁସ୍କିଲ ସହଜରେ ପାର୍ ହୋଇଯାଏ ।

    ଧର୍ମର ରାସ୍ତା: ଚାଣକ୍ୟ ନୀତି ଅନୂଯାୟୀ ଯେଉଁ ସ୍ତ୍ରୀ ଧର୍ମ ରାସ୍ତାରେ ଚାଲୁଥାନ୍ତି ତାଙ୍କ ସ୍ୱାମୀଙ୍କ ଜୀବନ ସୁଖମୟ ହୋଇଥାଏ । ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ସ୍ତ୍ରୀଙ୍କ ଘରେ ଭଗବାନ ବାସ କରିଥାନ୍ତି । ଘରେ ସବୁବେଳେ ଖୁସି ପରିବେଶ ରହିଥାଏ ଏବଂ ଅସୁବିଧା ଦୂରରେ ରହିଥାଏ ।
    ଶାନ୍ତ ସ୍ୱଭାବ: ଯେଉଁ ସ୍ତ୍ରୀ ଉଗ୍ର ସ୍ୱଭାବର ନହୋଇ ଶାନ୍ତ ଏବଂ ସୌମ୍ୟ ସ୍ୱଭାବର ହୋଇଥାନ୍ତି । ଏଭଳି ସ୍ତ୍ରୀଙ୍କ ଘରେ କେବେ କଳହ ଲାଗିନଥାଏ । କ୍ରୋଧ କରୁଥିବା ସ୍ତ୍ରୀଙ୍କୁ ପସ୍ତେଇବାକୁ ପଡ଼େ । ଏହାଦ୍ୱାରା ଘର ଭାଙ୍ଗିଥାଏ ।

    ସନ୍ତୁଷ୍ଟିର ଭାବନା: ଯେଉଁ ସ୍ତ୍ରୀଙ୍କ ଠାରେ ସନ୍ତୋଷ ଭାବନା ହୋଇଥାଏ କିମ୍ବା ଯେଉଁମାନେ ଅଳ୍ପରେ ମଧ୍ୟ ସନ୍ତୁଷ୍ଟ ରହିଥାନ୍ତି । ଯେଉଁ ସ୍ତ୍ରୀଙ୍କ ସବୁବେଳେ ଅଧିକ ଇଚ୍ଛା ନଥାଏ, ଏଭଳି ମହିଳାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଦାମ୍ପତ୍ତ୍ୟ ଜୀବନରେ କେବେବି ତିକ୍ତତା ଆସେନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    13 %
    4.1kmh
    2 %
    Sat
    42 °
    Sun
    43 °
    Mon
    44 °
    Tue
    44 °
    Wed
    45 °

    ସମ୍ବନ୍ଧିତ