Wednesday, October 7, 2026
22.3 C
Odisha

    ହୋଲିରେ ଘଟିଲା ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ର ମୃତ

    ଆଗକୁ ପଢନ୍ତୁ

    ସୋର: ପୋଖରୀରେ ବୁଡ଼ି ସୋର ଥାନା ଅଧିନ ଦହିସଢ଼ା ଗ୍ରାମରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚମ ଶ୍ରେଣୀ ଛାତ୍ର ମାନସ ପାତ୍ର। ହୋଲି ଖେଳି ସାରି ଘର ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ ନାବାଳକ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ନାବାଳକକୁ ମୃତକ ଘୋଷଣା କରିଥିଲେ।

    ସେହିପରି କଟକ ଜିଲ୍ଲା ସାଲେପୁର ଛାନିପୁର ପଞ୍ଚାୟତ ବାରିବାରି ଗାଁରେ ଏହି ଅଘଟଣ ଘଟିଛି । ପୋଖରୀରେ ବୁଡ଼ି ଜଣେ କଲେଜ ଛାତ୍ର ପ୍ରାଣ ହରାଇଛନ୍ତି ।ମୃତ ଛାତ୍ର ହେଲେ ଆଶିଷ କୁମାର ଦାସ। ତାଙ୍କ ବୟସ ୧୭ ବର୍ଷ। ହୋଲି ଖେଳିସାରି ସେ ସ୍ଥାନୀୟ କରୁମୁଆ ପୋଖରୀରେ ଗାଧୋଉଥିଲେ। ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ଯୁ ହୋଇଛି। ହୋଲି ଦିନ ଏଭଳି ଅଘଟଣ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    87 %
    1.4kmh
    3 %
    Tue
    22 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ