Tuesday, September 24, 2024
25.3 C
Odisha

    ଓଜନ ବଢାଇବ ଏହି ପାଞ୍ଚଟି ଖାଦ୍ୟ

    ଆଗକୁ ପଢନ୍ତୁ

    ଏହି ପାଞ୍ଚଟି ଖାଦ୍ୟ ବଢାଇ ଥାଏ ଓଜନ । ଆଜ୍ଞା ହଁ ଦର୍ଶକ ବନ୍ଧୁ । ଏହି ପାଞ୍ଚଟି ସୁପର ଫୁଡ଼କୁ ଆପଣଙ୍କ ଡେଲି ଡାଏଟ ରେ ସାମିଲ କରିବା ଦ୍ଵାରା  ଓଜନ ବୃଦ୍ଧି ହେବା ସହ ବଢିଥାଏ ଶାରୀରିକ ଶକ୍ତି । ପୁରୁଷ ହୁଅନ୍ତୁ ବା ମହିଳା, ପ୍ରତିଦିନ ଏହି ଖାଦ୍ୟ ଗୁଡିକୁ ଖାଇ ନିଜ ଶରୀରକୁ ସୁସ୍ଥ ରଖି ପାରିବେ।

     ଗଜା ମୁଗ ଓ ବୁଟ

    ସକାଳଜଳଖିଆରେ ପ୍ରତିଦିନ ଗଜା ମୁଗ ଓ ବୁଟ ଖାଆନ୍ତୁ । ଏଥିରେ ପ୍ରୋଟିନ ର ପରିମାଣ ଖୁବ ଅଧିକ ଥିବାରୁ ଏହା ମାଂସପେଶୀର ଶକ୍ତି ବଢାଇ ଥାଏ ।

    ଖଜୁରୀ

    ଯଦି ଆପଣ ନିୟମିତ ରୂପେ ଖଜୁରୀ ର ସେବନ କରୁଛନ୍ତି, ତେବେ ଏହା ଆପଣଙ୍କ ଓଜନ ବଢେଇବାରେ ଖୁବ ସହାୟକ ହୋଇଥାଏ । ପଟାସିଅମ,ମାଗ୍ନେସିଅମ ଓ ଆଇରନ ରେ ଭରପୁର ଏହି ଖଜୁରୀରେ ଶର୍କରା ମଧ୍ୟ ପ୍ରଚୁର ପରିମାଣରେ ରହିଥିବାରୁ ଏହାକୁ ପ୍ରତିଦିନ ଅଳ୍ପ ପରିମାଣରେ ଖାଇବା ଉଚିତ ।

    ପାଚିଲା କଦଳୀ

    ପ୍ରତିଦିନ ଦୁଇ ରୁ ତିନୋଟି ପାଚିଲା କଦଳୀ ଖାଇବା ଫଳରେ ଓଜନ ବୃଦ୍ଧିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସବୁଦିନ ସକାଳ ଜଳଖିଆ ସହିତ କେତୋଟି ପାଚିଲା କଦଳୀ ଖାଇ ଦେଖନ୍ତୁ । କିଛି ଦିନ ମଧ୍ୟରେ ପରିବର୍ତ୍ତନ ନିହାତି ଲକ୍ଷ୍ୟ କରିବେ ।

    ବାଦାମ

    ବାଦାମ ରେ ରହିଛି ହେଲଦି ଫ୍ୟାଟ ଓ ପ୍ରୋଟିନ ଯାହା ଆପଣଙ୍କ ଶରୀରର ମାଂସପେଶୀକୁ ମଜଭୁତ କରିବା ସହ ସୁସ୍ଥ ଓଜନ ବୃଦ୍ଧି କରିବାରେ ଆପଣଙ୍କୁ ସହାୟକ ହୋଇଥାଏ ।

    ସିଝା ଅଣ୍ଡା

    ସିଝା ଅଣ୍ଡା କ୍ୟାଲସିଅମ,ପ୍ରୋଟିନ ଏବଂ ଫ୍ୟାଟ ରେ ଭରା ଏକ ବଢିଆ ଖାଦ୍ୟ । ଏଥିରେ କାର୍ବୋହାଇଡ୍ରେଟ ର ପରିମାଣ ଖୁବ କମ ଥିବାରୁ ଏହା ଆପଣଙ୍କ ସ୍ଵାସ୍ଥ୍ୟକର ଓଜନ ବଢାଇବା ପାଇଁ ଏକ ଭଲ ଅପ୍ସନ ହୋଇପାରିବ । ଯଦି ଆପଣ ଶାକାହାରୀ ତେବେ ସିଝା ଅଣ୍ଡା ବଦଳରେ ଆପଣ ପନିର କୁ ନିଜ ଖାଦ୍ୟରେ ସାମିଲ କରି ପାରିବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    95 %
    0.3kmh
    100 %
    Tue
    27 °
    Wed
    26 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ