Monday, March 23, 2026
27.4 C
Odisha

    ଓଟିଭି ମାର୍କେଟିଂ ଏକଜିକ୍ୟୁଟିଭଙ୍କ ସନ୍ଦେହଜନକ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଟିଭିର ମାର୍କେଟିଂ executive ସଂକଳ୍ପ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ସ୍ଥିତ ଜାଗମରା ପଞ୍ଚସଖା ନଗର ଏକ ଭଡ଼ା ଘରେ ସଙ୍କଳ୍ପ ରହୁଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ସେହି ଭଡ଼ା ଘରୁ ତାଙ୍କ ମୃତଦେହ ଠାବ ହୋଇଛି । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି UD case NO 105/4ରେ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

    ସୂଚନା ଅନୁସାରେ, ସଂକଳ୍ପ ପୂର୍ବ ରାତିରେ ଜଣେ ବନ୍ଧୁଙ୍କ ସହିତ ଥିଲେ, ଯିଏ ପ୍ରାୟ ଭୋର ୩ଟା ୩୦ ସମୟରେ ଚାଲି ଯାଇଥିଲେ। ଆଜି ସକାଳେ ସଂକଳ୍ପଙ୍କ ମୃତଦେହ ତାଙ୍କ ଭଡା ଘର ପଛ ପଟରୁ ମିଳିଥିଲା । ତେବେ ମୃତ୍ୟୁର କାରଣ କଣ ରହିଛି ? କେଉଁ ପରିସ୍ଥିତିରେ ସଙ୍କଳ୍ପଙ୍କର ମୃତ୍ୟୁ ହେଲା ତାର ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଭଡ଼ାଘର ପଛପଟେ ପଡ଼ିଥିଲା ମୃତଦେହ । ମୃତଦେହକୁ ଜବତ କରି ତଦନ୍ତ କରୁଛି ଖଣ୍ଡଗିରି ପୋଲିସ । ଏନେଇ ଖଣ୍ଡଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସଂକଳ୍ପଙ୍କ ଉପରେ ବୃତ୍ତିଗତ ଚାପ ଥିଲା କି ନାହିଁ, ମୃତ୍ୟୁ ପଛରେ ଆଉ କିଛି ବିଶେଷ କାରଣ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ । ତେବେ ଏ ନେଇ ଏପର୍ଯ୍ୟନ୍ତ OTV ଏମଡି ଜାଗି ମଙ୍ଗତ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    27 %
    1.6kmh
    99 %
    Mon
    29 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ