Tuesday, September 29, 2026
29.2 C
Odisha

    ଓଠର ନମନୀୟତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ସୁନ୍ଦର ଓ ଆକର୍ଷଣୀୟ ଓଠ କାହାକୁ ବା ପସନ୍ଦ ନୁହେଁ କହିଲେ। ବିଶେଷ କରି ଶୀତ ଦିନେ ଓଠ ଶୁଷ୍କ ହୋଇଯାଏ। ଏମିତିରେ ଏହାର ନମନୀୟତା ବଜାୟ ରଖିବା ଜରୁରୀ ଅଟେ।ସାଧାରଣତଃ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରସାଧନ ମଧ୍ୟରେ ଲିପଷ୍ଟିକ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ସୁନ୍ଦର ରଂଗର ଲିପଷ୍ଟିକ୍ ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷିତ କରିଥାଏ।କିନ୍ତୁ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା ରସାୟନିକ ଲିପଷ୍ଟିକ୍ ନିୟମିତ ବ୍ୟବହାର କରିବା ଦ୍ୱାରା ଓଠର ସୁନ୍ଦରତା ହ୍ରାସ ହୋଇଥାଏ। ସମୟକ୍ରମେ ଓଠ କଳା ପଡ଼ିଯାଏ। ଅନେକାଂଶରେ ଏହା ତ୍ୱଚା ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।ଅଧିକାଂଶ ମହିଳା ସିଧାସଳଖ ଭାବେ ଓଠରେ ଲିପଷ୍ଟିକ୍ ପ୍ରୟୋଗ କରିଥାନ୍ତି। ବେଳେ ବେଳେ ରାତିରେ ଶୋଇବା ପୂର୍ବରୁ ମଧ୍ୟ ମେକଅପ୍ ହଟାଇ ନଥାନ୍ତି। ଏହା ଓଠର ପ୍ରାକୃତିକ ରଂଗକୁ ଫିକା କରିବା ସହ ଅହୁରି ଶୁଷ୍କ କରିଦିଏ।
    ଲିପଷ୍ଟିକ୍ ଲଗାଇବା ପୂର୍ବରୁ ନିମ୍ନଲିଖିତ ଟିପ୍ସ ଆପଣାଇଲେ ଓଠ କୋମଳ ଓ ସୁସ୍ଥ ରହିଥାଏ।

    ସ୍କ୍ରବ୍: ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ଚିନି ଏବଂ ମହୁ ମିଶ୍ରିତ ସ୍କ୍ରବ୍ ଲଗାନ୍ତୁ। ଏଥିପାଇଁ ଗୋଟିଏ ଚାମଚ ମହୁରେ ଅଧ ଚାମଚ ଚିନି ମିଶାଇ ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ। ଏହି ସ୍କ୍ରବକୁ ଓଠରେ ଲଗାଇ ୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ଲିପଷ୍ଟିକ୍ ଲଗାଇଲେ ଓଠ ଶୀଘ୍ର ଖରାପ ହୋଇନଥାଏ।

    ଲିପ୍ ବାମ୍: ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ଲିପ୍ ବାମ୍ ଲଗାଇବାକୁ ଭୁଲିବେ ନାହିଁ। ଏହା ଓଠର କୋମଳତା ବଜାୟ ରଖିବାରେ ସହାୟକ ହୋଇଥାଏ। ବିଶେଷ କରି ଶୀତ ଦିନେ ଓଠକୁ ମଇଶ୍ଚରାଇଜ୍ ରଖିବା ପାଇଁ ଭଲ ବ୍ରାଣ୍ଡର ଲିପ୍ ବାମ୍ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଶୁଷ୍କ ଓଠରେ ନଡ଼ିଆ ତେଲ ଲଗାଇବା ଏକ ଉତ୍ତମ ବିକଳ୍ପ।

    ଭିଟାମିନ୍ ‘ଇ’: ଭିଟାମିନ୍ ‘ଇ’ କ୍ୟାପସ୍ୟୁଲ ଚେହେରାର ସୁନ୍ଦରତା ବଜାର ରଖିବାରେ ସହାୟକ ହୋଇଥାଏ। ଏହା ଶୁଷ୍କ ଓଠ ଏବଂ ଲିପଷ୍ଟିକର ପାଶ୍ୱର୍ପ୍ରତିକ୍ରିଆରୁ ସୁରକ୍ଷା ପ୍ରଦାନ କରିଥାଏ। ଭିଟାମିନ୍ ‘ଇ’ କ୍ୟାପସ୍ୟୁଲରୁ ଅଳ୍ପ ଓଠରେ ଲଗାନ୍ତୁ କିଛି ସମୟ ପରେ ତୁଳାରେ ପୋଛି ଲିପଷ୍ଟିକ୍ ଲଗାଇପାରିବେ। ଏହା ଓଠକୁ ସଂକ୍ରମଣରୁ ରକ୍ଷା କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ