Friday, March 27, 2026
31.5 C
Odisha

    ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ, ୭ ଦିନ ବର୍ଷା ପବନ ଓ କୁଆପଥର ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ । ୭ ଦିନ ବର୍ଷା ପବନ ଓ କୁଆପଥର ବର୍ଷା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସୁନ୍ଦଗଡ଼ରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବହିପାରେ ।

    ସେହିପରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ଝଟକା ପବନ ପାଇଁ ସତର୍କତା ଜାରି ହୋଇଛି । ଅନ୍ୟପଟେ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ମୟୂରଭଞ୍ଜରେ ପ୍ରବଳ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

    ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଳ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ଆସନ୍ତା ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସୁନ୍ଦଗଡ଼ ଜିଲ୍ଲାରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କୁଆପଥର ବର୍ଷା ଓ ପବନ ସମୟରେ କାମ ନଥିଲେ ଘରୁନବାହାରିବାକୁ ସତର୍କ କରାଇଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ