Monday, October 19, 2026
21.6 C
Odisha

    ଓଲଟିଲା ତୀର୍ଥଯାତ୍ରୀ ବସ୍, ୫ ଗୁରୁତର

    ଆଗକୁ ପଢନ୍ତୁ

    ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥଯାତ୍ରୀ ବସ୍ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୫ ଯାତ୍ରୀ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ପୁରୀରୁ ପଶ୍ଚିମବଙ୍ଗର ମେଦିନୀପୁରକୁ ୬୫ଯାତ୍ରୀକୁ ନେଇ ଯାଉଥିବା ଘରୋଇ ତାରିଣୀ ଟ୍ରାଭେଲ ବସଟି ୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଯାତ୍ରୀମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲକୁ ପଠାଇଥିଲେ। ଡ୍ରାଇଭରକୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି। ସମସ୍ତ ଯାତ୍ରୀ ମେଦିନୀପୁର ହୋଇଥିବା ବେଳେ ସୁସ୍ଥ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ି ମାଧ୍ୟମରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ