Thursday, August 14, 2025
26.5 C
Odisha

    ଔଷଧୀୟ ଗୁଣରେ ଭରପୁର ସୁଣ୍ଠି ପାଣି, ଶୋଇବା ପୂର୍ବରୁ ପିଅନ୍ତୁ ଏହି ପାଣି ଅନେକ ସମସ୍ୟା କରିବ ଦୂର

    ଆଗକୁ ପଢନ୍ତୁ

    ଆୟୁର୍ବେଦିକ ଭାବେ ଅଦାକୁ ଭଲ ବୋଲି ବିବେଚନା କରାଯାଇଥାଏ । ସେହିପରି ସୁଣ୍ଠି ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଅନେକ ଲୋକ ହୁଏ ତ ସୁଣ୍ଠି ବିଷୟରେ ଜାଣି ନଥାଇପାରନ୍ତି,କିନ୍ତୁ ଗାଁ ମାନଙ୍କରେ ପ୍ରାୟ ଲୋକ ସୁଣ୍ଠି କହିଲେ ଜାଣନ୍ତି । ଯଦି ସୁଣ୍ଠି କ’ଣ ଜାଣିନାହାଁନ୍ତି ଆଜି ଆମେ ଆପଣଙ୍କୁ କହିବୁ । ଅଦା ଶୁଖିଗଲା ପରେ ସୁଣ୍ଠି ହୋଇଯାଇଥାଏ । ଯାହାର ଅଗଣିତ ଲାଭ ରହିଛି । ଏହାର ଔଷଧୀୟ ଗୁଣ କାରଣରୁ ଏହାକୁ ଆୟୁର୍ବେଦ ଔଷଧ ଭାବରେ ବ୍ୟବହାର କରାଯାଇ ଆସୁଛି । ତେବେ ଏହି ସୁଣ୍ଠି ପାଣିର ଫାଇଦା ସମ୍ପର୍କରେ ଆସନ୍ତୁ ଜାଣିବା ।

    ଅଦାଠାରୁ ସୁଣ୍ଠିର ଲାଭ ସମୂର୍ଣ୍ଣ ଭିନ୍ନ ହୋଇଥାଏ । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ସି, ଭିଟାମିନ୍ ଏ, ଫାଇବର, ଫୋଲିକ୍ ଏସିଡ୍ ଭଳି ଅନେକ ଲାଭକାରୀ ପୋଷକ ତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିଶେଷ କରି ସୁଣ୍ଠି ଶୀତଦିନ ପାଇଁ ବେଶୀ ଫଳପ୍ରଦ ହୋଇଥାଏ । ଆୟୁର୍ବେଦିକ ଡ଼ାକ୍ତରଙ୍କ ଅନୁସାରେ ସୁଣ୍ଠି ପାଣି ସୁସ୍ଥ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

    ବର୍ଷାଦିନେ ସାଧାରଣତଃ ପାଚନ ପ୍ରକ୍ରିୟାରେ ସାମାନ୍ୟ ସମସ୍ୟା ଦେଖାଦେଇଥାଏ । ପାଚନ ସମସ୍ୟା ପାଇଁ ସୁଣ୍ଠି ପାଣି ବେଷ୍ଟ ବୋଲି କୁହାଯାଇଥାଏ । ଯାହା ପିଇବା ଦ୍ବାରା ବଦହଜମୀ ସମସ୍ୟାରୁ ମୁକ୍ତି ମିଳିଥାଏ । ଇରେଟେବଲ ବାଓଏଲ ସିଣ୍ଡ୍ରୋମରେ ପୀଡିତ ଥିବା ବ୍ୟକ୍ତି ଖାଦ୍ୟ ଖାଇବା ପରେ ସୁଣ୍ଠି ସହିତ ଘିଅ ମିଶାଇ ଖାଇବା ଦ୍ବାରା ଆରାମ ମିଳିଥାଏ ।

    ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଣ୍ଠି ଖୁବ୍ ଲାଭଦାୟକ ହୋଇଥାଏ । ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ । ଏହାବ୍ଯତୀତ ଉଷୁମ ପାଣିରେ ମହୁ ଏବଂ ସୁଣ୍ଠି ମିଶାଇ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।

    ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସୁଣ୍ଠି ପାଣି ହେଉଛି ଏହାର ସହଜ ଉପାୟ । ଯାହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଥିବା ମେଟାବୋଲେଜିୟମ୍ ଏବଂ ଅତ୍ୟଧିକ ଚର୍ବି କମାଇବାରେ ସହାୟକ କରିଥାଏ ।

    ସୁଣ୍ଠିରେ ଆଣ୍ଠିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ । ଯାହା ଇମ୍ୟୁନିଟି ପାୱାରକୁ ବଢାଇବାରେ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ରୋକିବା ପାଇଁ ଏହା ପ୍ରଭାବଶାଳୀ ହୋଇଥାଏ । ଏତିକି ନୁହେଁ ବରଂ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ହିତକର ହୋଇଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ସନ୍ତୁଳିତ ରଖି ଶରୀରକୁ ସୁସ୍ଥ ରଖିଥାଏ ।

    ସୁନ୍ଦର ଦିଶିବାକୁ କିଏ ବା ନଚାହେଁ । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ପଦ୍ଧତିରେ ସୁନ୍ଦର ହେବାକୁ ଚେଷ୍ଟା କରିଥାନ୍ତି । ତେବେ ସହଜ ଏବଂ ବିନା ମୂଲ୍ୟରେ ଆପଣ ଆପଣଙ୍କ ମୁହଁରେ ଗୋଟିଏ ଚମକ ନିଶ୍ଚିନ୍ତ ଆଣିପାରିବେ । ସୁଣ୍ଠି ପାଣି ପିଇବା ଦ୍ବାରା ରକ୍ତସଞ୍ଚାଳନକୁ ଉନ୍ନତ କରିଥାଏ । ଫଳରେ ତ୍ବଚାକୁ ଚମକଦାର କରିଥାଏ । ପାଇଲ୍ସ ରୋଗୀମାନେ ଏହି ସୁଣ୍ଠି ପାଣି ସହ ଗୁଡ ମିଶାଇ ପିଇବା ଦ୍ବାରା ପାଇଲ୍ସ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଏହାକୁ କିପରି ପ୍ରସ୍ତୁତ କରିବା ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ସୁଣ୍ଠି ମକର୍କେଟରେ ଉପଲବ୍ଧ ରହିଛି । ଯଦି ସୁଣ୍ଠି ଘରେ ପ୍ରସ୍ତୁ କରିବାକୁ ଚାହୁଁଛନ୍ତି ତେବେ କିଛି ଅଦାକୁ ନେଇ କିଛି ଦିନ ପାଇଁ ଟାଣ ଖରାରେ ଶୁଖାଇ ଦିଅନ୍ତୁ । ଯାହା ସୁଣ୍ଠିରେ ପରିଣତ ହୋଇଯିବ । ଗୋଟିଏ କପ୍ ଗରମ ପାଣିରେ ସୁଣ୍ଠିର ଗୁଣ୍ଡ କିମ୍ବା ଖଣ୍ଡେ ସୁଣ୍ଠିକୁ ଦେଇ ଫୁଟାନ୍ତୁ । ସିଝିବା ପରେ ଏହାକୁ ପିଇଦିଅନ୍ତୁ । କିଛି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ପିଅନ୍ତୁ ।

    ଯଦି ଏହି ସବୁ ସମସ୍ୟା ଦେଖାଦେଉଥିଲେ ଶୋଇବା ପୂର୍ବରୁ ରାତିରେ ସୁଣ୍ଠି ପାଣି ପିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    84 %
    1.6kmh
    100 %
    Thu
    28 °
    Fri
    30 °
    Sat
    29 °
    Sun
    29 °
    Mon
    27 °

    ସମ୍ବନ୍ଧିତ